ଜୟପୁର:୬ ଦିନ ହେବ ପଥର ତଳେ ଚାପି ହୋଇଥିବା ୨ ଜଣଙ୍କୁ ଉଦ୍ଧାର ପାଇଁ ପହଞ୍ଚିଲେ ସେନାର ୪ ଜଣିଆ ଟିମ୍‌

ଜୟପୁର: ଏକ ଜଳସେଚନ ପ୍ରକଳ୍ପ ପାଇଁ ପଥର କଟା ଯାଉଥିବା ବେଳେ ଆକସ୍ମିକ ଭାବେ ପାହଡ ଧସି ଯିବାରୁ ଦୁଇଜଣ ଜେସିବି ଅପରେଟର ପଥର ତଳେ ଚାପି ହୋଇ ରହିଛନ୍ତି। ଗତ୩୧ ତାରିଖ ଅପରାହ୍‌ଣ ୪ଟା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଇତିମଧ୍ୟରେ ୭ଦିନ ବିତି ସାରିଥିଲେ ମଧ୍ୟ ପଥର ତଳେ ଚାପି ହୋଇ ରହିଥିବା ଦୁଇଜଣଙ୍କୁ ଉଦ୍ଧାର କରାଯାଇ ପାରି ନାହିଁ। ପ୍ରାୟ ୪୦ ଫୁଟ ୁଚ୍ଚର ପଥର ସେମାନଙ୍କ ଉପରେ ଳଦି ହୋଇ ରହିଥିବାରୁ ପତର ତଳେ ଚାପି ହୋଇଥିବା ଜେସିବି ଅପରେଟରଙ୍କୁ ଉଦ୍ଧାର ପାଇଁ ଆଜି ରାଞ୍ଚିରୁ ସେନା ଇଞ୍ଜିନିୟରିଂ ସର୍ଭିସର ଏକ ଟିମ୍‌ ଆସି ଜୟପୁରରେ ପହଞ୍ଚିଛନ୍ତି।


ସୂଚନାଯୋଗ୍ୟ ଯେ, ତେଲିଙ୍ଗିରୀ ଜଳସେଚନ ପ୍ରକଳ୍ପ ପାଇଁ କୋରାପୁଟ ଜିଲ୍ଲା ବୋରିଗୁମ୍ମା ଥାନା ଅନ୍ତର୍ଗତ ବୋରିପୁଟ ଠାରେ ଗତ ମେ ମାସ ୩୧ ତାରିଖ ଅପରାହ୍‌ଣରେ ଦୁଇଟି ଜେସିବି ନେଇ ଏହାର ଅପରେଟରମାନେ ମାଟି କାଢ଼ୁଥିଲେ। ଏହି ସମୟରେ ନିକଟରେ ଥିବା ଏକ ପାହାଡ଼ ହଠାତ ଧସିଯିବା ସହିତ ଏଥିରୁ ବଡ଼ବଡ଼ ପଥର ଖଣ୍ଡମାନ ଖସି ଥିଲା। ପଥର ଖଣ୍ଡ ଗୁଡ଼ିକ ଜେସିବି ମେସିନ ଉପରେ ପଡ଼ି ଯିବାରୁ ଏହା ପୋତି ହୋଇଯାଇଥିଲା। ଫଳରେ ଜେସିବି ଦୁଇଟିର ଅପରେଟର ତଥା ଦେବଗଡ଼ ଜିଲ୍ଲାର ସଞ୍ଜୟ ଦାଶ ଓ ଘନଶ୍ୟାମ ଗୁରୁ ପଥର ତଳେ ଚାପି ହୋଇ ରହିଯାଇଥିଲେ। ଏହି ଖବର ପହଞ୍ଚିବା ପରେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରଥିଲେ। ମାତ୍ର ଉପରୁ ଲଗାତର ପଥର ଖସିିବାରୁ ପଥର ତଳେ ଚାପି ହୋଇ ରହିଥିବା ଶ୍ରୀ ଦାଶ ଓ ଶ୍ରୀ ଗୁରୁଙ୍କୁ ଉଦ୍ଧାର କରାଯାଇ ପାରି ନ ଥିଲା। ଦୁଇଜଣ ଅପରେଟରଙ୍କୁ ଉଦ୍ଧାର କରିବା ସମ୍ଭବ ନ ହେବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସେନାର ସହଯୋଗ ଲୋଡ଼ା ଯାଇଥିଲା। ଏଥିପାଇଁ ଗତକାଲି ଅର୍ଥାତ ୫ ତାରିଖରେ ସେନା ଇଞ୍ଜିନିୟରିଂ ସର୍ଭିସର ଟିମ୍‌ ଆସି ଜୟପୁରରେ ପହଞ୍ଚିବା କଥା। ମାତ୍ର ପାଗ ଖରାପ ଯୋଗୁଁ ସେମାନେ ପହଞ୍ଚି ପାରି ନ ଥିଲେ ।ଆଜି ଏହି ୪ ଜଣିଆ ଟିମ୍‌ ଜଣେ ଅଧିକାରୀଙ୍କ ନେତୃତ୍ୱରେ ଆସି ପହଞ୍ଚିବା ପରେ ଘଟରାସ୍ଥଳକୁ ଯାଇ ଉଦ୍ଧାର କାର୍ଯ୍ୟ ପାଇର୍ ବୈଷୟିକ ପରାମର୍ଶ ଦେବା ସହିତ ଉଦ୍ଧାର ଆରମ୍ଭ କରିବେ ବୋଲି ଜଣାପଡ଼ିିଛି।

ସମ୍ବନ୍ଧିତ ଖବର