ଜୟପୁର: ଶିକ୍ଷିତ ବେକାର ଯୁବକ ଓ ଯୁବତୀମାନଙ୍କୁ ସୌନ୍ୟବାହିନୀ, ପୁଲିସ, ଅବକାରୀ ଆଦି ବିଭାଗରେ କିଭଳି ସହଜରେ ନିଯୁକ୍ତି ପାଇବେ ସେ ନେଇ ଶାରିରୀକ, କ୍ରୀଡା କୌଶଳ, ସାଇକେଲିଂ, ପହଁରା, ଦୈଡକୁଦ୍ ଆଦିର ତାଲିମ ଦେଉଛନ୍ତି ଓଏସଏପିର ଯବାନ ରାଜେଶ ସାହୁ।
ସଂପ୍ରତି ବ୍ରହ୍ମପୁରରେ ଆସନ୍ତା ୨୭ତାରିଖରୁ ସୌନ୍ୟବାହିନୀ ପାଇଁ ସାକ୍ଷାତକାର ଅନୁଷ୍ଠିତ ହେବ। ଏଥିପାଇଁ ଗତ ମାସେ ହେବ ଛୁଟି ନେଇ ଶ୍ରୀ ସାହୁ ଅବିଭକ୍ତ କୋରାପୁଟ ଜିଲ୍ଲାର କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳର ୪୦ଟି ପିଲାଙ୍କୁ ତାଲିମ ଦେଇଥିଲେ। ଆଜି ସ୍ଥାନୀୟ ମାଁ ଜଗତଜନନୀଙ୍କ ମନ୍ଦିରରେ ଏସବୁ ପିଲାଙ୍କୁ ନେଇ ପୂଜାଅର୍ଚ୍ଚନା କରି ସମସ୍ତଙ୍କୁ ବ୍ରହ୍ମପୁର ନେଇକି ଯାଉଛନ୍ତି।
ଏହି ପିଲାଙ୍କ ମଧ୍ୟରେ ବହୁ ଗରିବ ଶ୍ରେଣୀର ପିଲା ବି ରହିଛନ୍ତି। ଏହି ପିଲାଙ୍କର ଗସ୍ତ ଖର୍ଚ୍ଚ ଠାରୁ ଆରମ୍ଭ କରି ସେଠାରେ ରହଣି ଖର୍ଚ୍ଚ ବି ରାଜେଶ ହିଁ ବହନ କରୁଛନ୍ତି। ୫ଦିନ ପୂର୍ବରୁ ସେମାନଙ୍କୁ ସେଠାକୁ ନେଇ ସେଠାକାର ପରିବେଶ ସହ ଖାପ ଖୁଆଇ କିଭଳି ସାକ୍ଷାତକାରରେ ସଫଳ ହେବେ ତାହା ପ୍ରୟାସ ବୋଲି କହିଛନ୍ତି ରାଜେଶ। ମନ୍ଦିରରେ ଏହି ୪୦ଜଣ ଯୁବକଙ୍କୁ ସାହାଯ୍ୟ ଗୃପର ସଭ୍ୟମାନେ ପହଞ୍ଚି ଶୁଭେଛା ଜ୍ଞାପନ କରିଥିଲେ। ଦେଶ ମାତୃକା ଏବଂ ମା ମାଟିର ସେବା ପାଇଁ ଏଭଳି ଯୁବକଙ୍କୁ ତିଆରି କରି ନେବା ତାଙ୍କ ଲକ୍ଷ୍ୟ ବୋଲି କହିଛନ୍ତି ରାଜେଶ। ଏହି ୪୦ଜଣଙ୍କ ମଧ୍ୟରୁ କିଛି ଜଣ ଚୟନ ହୋଇଗଲେ ତାଙ୍କ ଶ୍ରମ ସାର୍ଥକ ହେବ ବୋଲି କହିଛନ୍ତି ରାଜେଶ। ରାଜେଶଙ୍କର ଏହି ଲକ୍ଷ୍ୟ ସାଧିତ ହେଉ ଏହା ହିଁ କାମନା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/03/jpr-army-2.jpg)