ମାଲକାନଗିରି: ମାଲକାନଗିରି ଜିଲ୍ଲାର ଦୁର୍ଗମ ନକ୍ସଲ ପ୍ରବଣ ଅଂଚଳକୁ ବିଏସଏଫ ପତ୍ନୀଙ୍କ ଉନ୍ନୟନ ସଂସ୍ଥା ତରଫରୁ ସଭାପତି ନୀତା ସିଂଙ୍କ ନେତୃତ୍ବରେ ଏକ ଟିମ ଗସ୍ତ କରି ଲୋକଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି। ଜିଲ୍ଲାର ବିଭିନ୍ନ ବ୍ଲକରେ ରହିଥିବା ଦୁର୍ଗମ ଅଂଚଳର ସ୍କୁଲରେ ପହଞ୍ଚି ପିଲାମାନେ କିପରି ଭଲ ପାଠ ପଢିବେ ଏବଂ ବିପଥାଗାମୀ ହେବେ ନାହିଁ ସନେଇ ଆଲୋଚନା କରିଥିଲେ। ଜୀବନରେ ଜଣେ ଜଣେ ଭଲ ମଣିଷ ହୋଇ ବାହାରି ଦେଶର ନାମକୁ ରଖିବେ ସେଥିପ୍ରତି ଦୃଷ୍ଟି ଦେବାକୁ କୁହାଯାଇଥିଲା।ପରେ ସରକାରୀ ଯୋଜନା ସଂପର୍କରେ ମଧ୍ୟ ସମସ୍ତଙ୍କୁ ଅବଗତ କରାଯାଇଥିଲା।
ମାଲକାନଗିରି ଜିଲ୍ଲା ଭଳି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାକୁ ସରକାରଙ୍କର ଫୋକସ ରହିଥିବା କହିଥିଲେ। ତେଣୁ ସମସ୍ତଙ୍କୁ ଆଗକୁ ବଢିବା ପାଇଁ ସରକାରଙ୍କର ସମସ୍ତ ଯୋଜନା ରହିଥିବା କୁହାଯାଇଥିଲା।ଏହି ଅଂଚଳର ଯୁବକ ଓ ଯୁବତୀମାନଙ୍କୁ ନକ୍ସଲ ବିଭିନ୍ନ ପ୍ରଲୋଭନ ଦେଖାଇ ନକ୍ସଲ ସଂଗଠନରେ ଜଡିତ କରି ସେମାନଙ୍କର ସ୍ବାଧୀନତାକୁ ଛଡାଇ ନେବା ସହ ସରକାର ବିରୋଧୀ କାର୍ଯ୍ୟ କରିବାକୁ ବାଧ୍ୟ କରୁଛନ୍ତି।ତେଣୁ ସେଥିପ୍ରତି ଦୃଷ୍ଟି ନଦେଇ ନିଜର ଜୀବନକୁ ନିଜେ ଗଢିବା ପାଇଁ ପ୍ରବର୍ତ୍ତାଇଥିଲେ।ନିଜ ପାଖରେ ଏହି ମହିଳାମାନଙ୍କୁ ପାଇ ଲୋକେ ମଧ୍ୟ ଖୁସି ଜାହିର କରିଥିଲେ।