ବାରିପଦା: ପ୍ରାକୃତିକ ଶୋଭାରାଜିର ଅପୂର୍ବ ସମ୍ଭାର ଥିବା ମୟୂରଭଞ୍ଜ ଜିଲ୍ଲାରେ ଭରି ରହିଛନ୍ତି ଅନେକ ପ୍ରତିଭା। ସେହିପରି ଏକ ପ୍ରତିଭା ହେଲେ ବାରିପଦା ସହରସ୍ଥିତ ପାଲବଣୀ ୱାର୍ଡ ନଂ-୧୩ର ଅସୀତ କୁମାର ଦାସଙ୍କ ଏକମାତ୍ର ଝିଅ ଅର୍ପିତା ଦାସ। ଅପେରା ମିସ୍ ଇଣ୍ଡିଆର ପ୍ରଥମ ରନର୍ସଅପ୍ ଭାବେ ପୁରସ୍କୃତ ହୋଇଛନ୍ତି ଅର୍ପିତା। ବାରିପଦାର ଝିଅ ଜାତୀୟ ସ୍ତରରେ ଜିଲ୍ଲାର ଟେକ ରଖିଥିବାରୁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ପ୍ରଦାନ କରାଯାଇଛି।
ରାଗ୍ଧାସ୍ଥିତ ଶ୍ରୀରାମ ଚନ୍ଦ୍ର ଡିଗ୍ରୀ କଲେଜରେ ଯୁକ୍ତ ୩ କଳାର ପ୍ରଥମ ବର୍ଷର ଛାତ୍ରୀ ଅର୍ପିତା ପାଠପଢା ସହିତ ଓଡ଼ିଶୀ, ଛଉ ଏବଂ ଆଧୁନିକ ନୃତ୍ୟରେ ରଙ୍ଗମ ଅଟନ୍ତି। ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗ ନେବା ସହିତ ବିଭିନ୍ନ ଅନୁଷ୍ଠାନ ଦ୍ବାରା ସେ ପୁରସ୍କୃତ ମଧ୍ୟ ହୋଇଛନ୍ତି। ନିଜର ଦକ୍ଷତା ବଳରେ ଆନ୍ତର୍ଜାତିକ ସ୍ତରରେ ହେଉଥିବା ଅପେରା ମିସ୍ ଇଣ୍ଡିଆ-୨୦୨୦ରେ ଓଡ଼ିଶାରେ ସେମି ଫାଇନାଲରେ ଉତ୍ତୀର୍ଣ୍ଣ ହୋଇ ଗ୍ରାଣ୍ଡ ଫାଇନାଲରେ ଶ୍ରେଷ୍ଠ ୩୦ଜଣ ପ୍ରତିଯୋଗୀଙ୍କ ଭିତରେ ସ୍ଥାନ ପାଇଥିଲେ। ରବିବାର ଦିନ ଅନ୍ଲାଇନ ମାଧ୍ୟମରେ ଅପେରା ମିସ ଇଣ୍ଡିଆର ହୋଇଥିବା ଗ୍ରାଣ୍ଡ ଫାଇନାଲ୍ରେ ଅର୍ପିତା ପ୍ରଥମ ରନର୍ସଅପ ଭାବେ ଉତ୍ତୀର୍ଣ୍ଣ ହୋଇ ମୁକୁଟ ପିନ୍ଧିଛନ୍ତି।
/sambad/media/post_attachments/wp-content/uploads/2020/10/bpd-1.jpg)
ଏହି ପ୍ରତିଯୋଗିତା ପାଇଁ ଜୋରଦାର ପ୍ରସ୍ତୃତ କରିଥିଲେ ବୋଲି ଅର୍ପିତା ପ୍ରକାଶ କହିଛନ୍ତି। ଏଥି ପୂର୍ବରୁ ୨୦୧୯ରେ ସେ ବାଲେଶ୍ବରର ହୋଇଥିବା ଓଡ଼ିଶା ବ୍ଲଇନ୍ ମଡେଲିଂ ପ୍ରତିଯୋଗିତାର ଅଡିସନରେ ମଧ୍ୟ ଉତ୍ତୀର୍ଣ୍ଣ ହୋଇଥିଲେ। ପ୍ରାୟ ୧୦୦ଜଣ ପ୍ରତିଯୋଗୀ ଏଥିରେ ଭାଗ ନେଇଥିବା ବେଳେ ଅର୍ପିତା ତାଙ୍କ କଳାର ଯାଦୁ ଦେଖାଇ ଅଡିସନରେ ଗ୍ରାଣ୍ଡଫାଇନାଲକୁ ଉନ୍ନୀତ ହୋଇଥିଲେ। ଏହିପରି ବିଭିନ୍ନ ମଞ୍ଚରେ ବିଜୟର ମୁକୁଟ ପିନ୍ଧିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/aa966648-0b4f-4c28-bc82-7934ab399e86.jpg)