ରାଉରକେଲା: ଝିରପାଣି ପ୍ରୋଜେକ୍ଟ ଅଫିସରଙ୍କଠାରୁ ଲକ୍ଷେ ଟଙ୍କା ଲାଞ୍ଚ ନେବାବେଳେ ବିଶ୍ରା ବ୍ଲକ୍ ବିଡିଓ ରାଉରକେଲା ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସେ ୧୧ଲକ୍ଷ ୫୦ ହଜାର ଟଙ୍କାର ପ୍ରଶାସନିକ ମଞ୍ଜୁରୀ ପାଇଁ ଝିରପାଣି ପାଞ୍ଚାୟତ ଇ.ଓଙ୍କ ଠାରୁ ଲକ୍ଷେ ଟଙ୍କାର ଅର୍ଥ ଦାବି କରିଥିଲେ।
ସୂଚନାଯୋଗ୍ୟ, ୧୧ଲକ୍ଷ ୫୦ ହଜାର ଟଙ୍କାର ପ୍ରଶାସନିକ ମଞ୍ଜୁରୀ ପାଇଁ ଝିରପାଣି ପାଞ୍ଚାୟତ ଇ.ଓ ପିକେ ଜେନାଙ୍କଠାରୁ ଲକ୍ଷେ ଟଙ୍କା ଲାଞ୍ଚ ଦାବି କରିଥିଲେ। ଏ ନେଇ ରାଉରକେଲା ଭିଜିଲାନ୍ସ ପୂର୍ବରୁ ଜଗି ରହିଥିଲା। ମଙ୍ଗଳବାର ଅପରାହ୍ନ ପାଖାପାଖି ଅଢ଼େଇଟାରେ ବିଶ୍ରା ବ୍ଲକ୍ ବିଡିଓ ପ୍ରଶାନ୍ତ କୁମାର ରାଉତଙ୍କୁ ଟଙ୍କା ନେଉଥିବା ବେଳେ ସିଧାସଳଖ ରାଉରକେଲା ଭିଜିଲାନ୍ସ ଧରିଥିଲା। ବିଶ୍ରା ବ୍ଲକ୍ ବିଡିଓଙ୍କ ଠାରୁ ୩୫ଟି ୨୦୦୦ଟଙ୍କିଆ ନୋଟ ସହିତ ୬୦ଟି ୫୦୦ଟଙ୍କିଆ ନୋଟ ଜବତ କରିଥିଲା। ଏବେ ବି ଅଫିସରେ ତନାଘନା ଜାରି ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/11/65127322.jpg)