୩କୋଟି ଟଙ୍କା ଠକେଇ ଅଭିଯୋଗରେ ଜୟପୁର ଠିକାଦାର ଗିରଫ

ଜୟପୁର: ଖୋର୍ଦ୍ଧା ଜିଲ୍ଲା ଯାଅାଁଳା ଅଞ୍ଚଳସ୍ଥ ଇନ୍‌ଫୋଭ୍ୟାଲି ରାସ୍ତା ନିର୍ମାଣରେ ଖର୍ଚ୍ଚ ହୋଇଥିବା ୩କୋଟି ୧୦ଲକ୍ଷ ଟଙ୍କାର ଘୋଟାଲା ଘଟଣାର ତଦନ୍ତ ଇଓଡବ୍ଲ୍ୟୁ କରୁଥିବା ବେଳେ ଅଧିକାରୀମାନେ ଘରୋଇ ଠିକାଦାର ସଂସ୍ଥା ଇନ୍‌ଫିନିଟି ଇନ୍‌ଫା ପ୍ରାଇଭେଟ ଲିମିଟେଡ ଆକାଉଣ୍ଟକୁ ଆସିଥିବା ୨କୋଟି ୫୦ଲକ୍ଷ ଟଙ୍କାକୁ ନେଇ ଖୋଳତାଡ କରିଥିଲେ। ଏହି ଖୋଳତାଡ ସମୟରେ ବାକି ୬୦ଲକ୍ଷ ଟଙ୍କାର ଟେର୍‌ ପାଇ ନ ଥିଲା ଇଓଡବ୍ଲ୍ୟୁ। ଏହାକୁ କେନ୍ଦ୍ର କରି କ୍ରାଇମବ୍ରାଞ୍ଚର ଇଓଡବ୍ଲ୍ୟୁ ଯାଞ୍ଚ ଆରମ୍ଭ କରିଥିଲେ।

ଅନ୍ୟପକ୍ଷରେ ଇନ୍‌ଫିନିଟି ଇନ୍‌ଫା ପ୍ରାଇଭେଟ ଲିମିଟେଡର ଏମ୍‌ଡି ଅନିଲ ରାଏଙ୍କ ନାମରେ ବିଶ୍ୱଜିତ ବିଶ୍ୱାଳ ଜୁଲାଇ ୧୩ରେ ନୟାପଲ୍ଲୀ ଥାନାରେ ଅଭିଯୋଗ ଆଣି କହିଥିଲେ, କି ଅନିଲ ତାଙ୍କଠାରୁ ୬କୋଟି ଟଙ୍କା ଠକି ନେଇଛନ୍ତି। ଏହା ମାମଲାକୁ ଆଧାର କରି ଇଓଡବ୍ଲ୍ୟୁ ପଚାରଉଚରା କରୁଥିବା ସମୟରେ ଖୋର୍ଦ୍ଧା ଜିଲ୍ଲା ଯାଅାଁଳା ଅଞ୍ଚଳସ୍ଥ ଇନ୍‌ଫୋଭ୍ୟାଲି ରାସ୍ତା ନିର୍ମାଣରେ ଖର୍ଚ୍ଚ ହୋଇଥିବା ୩କୋଟି ୧୦ଲକ୍ଷ ଟଙ୍କାର ଖୋଲା ତାଡ ହୋଇଥିଲା। ଏହାପରେ ଜୟପୁର ଠିକାଦାର ଆଶୋକ ରାଏଙ୍କ ନାମ ସାମ୍ନାକୁ ଆସିଥିଲା। ଗତକାଲି ଜୟପୁର ଠିକାଦାର ଆଶୋକ ରାୟଙ୍କୁ କ୍ରାଇମବ୍ରାଞ୍ଚର ଇଓଡବ୍ଲ୍ୟୁ ଜନ୍ମଦିନ ଉତ୍ସବରୁ ଉଠାଇ ଆଣିଛି।

ସମ୍ବନ୍ଧିତ ଖବର