ଧଉଳି: ଧଉଳି ଶାନ୍ତିସ୍ତୂପ ସମ୍ମୁଖ ଭାଗରେ କଳା ଅନୁଷ୍ଠାନ ‘କଳାକାର’ ଆନୁକୂଲ୍ୟରେ ଆଜି ଏକ ଦିବସୀୟ ମୁକ୍ତାକାଶ ଚିତ୍ରକଳା ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ଓଡ଼ିଶା କାଜୁବୋର୍ଡ଼ର ଅଧ୍ୟକ୍ଷ ଅମରେନ୍ଦ୍ର ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପର୍ଯ୍ୟଟନସ୍ଥଳୀରେ ଚିତ୍ରକଳା ମାଧ୍ୟମରେ ସତେନତାଧର୍ମୀ ବିଭିନ୍ନ ବାର୍ତ୍ତାର ମହତ୍ବ ଉପରେ ବକ୍ତବ୍ୟ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏମଡି ସଦାନନ୍ଦ ନାୟକ , ଟେକନିକାଲ ମ୍ୟାନେଜର ବିଷ୍ଣୁ ଦାସ ଏବଂ ଚାରୁକଳା ମହାବିଦ୍ୟାଳୟର ଅଧ୍ୟକ୍ଷ ପଞ୍ଚାନନ ସାମଲ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହି ଚିତ୍ର ଶିଳ୍ପୀମାନଙ୍କୁ ଉତ୍ସାହିତ କରିଥିଲେ । ଉକ୍ତ ପ୍ରଦର୍ଶନୀରେ ବାହାର ଅଞ୍ଚଳର ଚିତ୍ରଶିଳ୍ପୀମାନଙ୍କ ସହ ଚାରୁକଳା ମହାବିଦ୍ୟାଳୟର ୪୦ ଜଣ ଶିଳ୍ପୀ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ ।
ଶିଳ୍ପୀମାନେ ତୈଳରଙ୍ଗ ଚିତ୍ର , ଟେରାକୋଟା ଏବଂ ଆଧୂନିକ ଭାସ୍କର୍ଯ୍ୟର କଳା ପ୍ରଦର୍ଶିତ ହୋଇଥିଲା । ଶାନ୍ତିସ୍ତୂପରେ ଚିତ୍ରକଳା ପ୍ରଦର୍ଶନୀକୁ ପର୍ଯ୍ୟଟକମାନଙ୍କ ଦ୍ବାରା ଉଚ୍ଚ ପ୍ରଶଂସିତ ହୋଇଥିଲା । ଏହି ଅବସରରେ ଶିଳ୍ପୀମାନ ପର୍ଯ୍ୟଟକମାନଙ୍କ ଲାଇଫ ପେଣ୍ଟି କରିଥିଲେ । ଅଧ୍ୟାପକ ଚନ୍ଦନ ସାମଲ , କୁମାର ସାମଲ , ରାମଶଙ୍କର ସାହୁ ଏବଂ ବିଶ୍ବକାନ୍ତ ପଣ୍ଡା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।