ପୂର୍ବୋଦୟ ଆର୍ଟ ଫାଉଣ୍ଡେସନର ଜାତୀୟ ଜଳରଙ୍ଗ କର୍ମଶାଳା ଉଦଯାପିତ

ଶିଳ୍ପୀ ଅଶୋକ ମହାନ୍ତି ଓ ଶିରିଶ ଚନ୍ଦ୍ର ଚାନ୍ଦଙ୍କୁ ପୂର୍ବୋଦୟ ସମ୍ବର୍ଦ୍ଧନା

ବାଲେଶ୍ବର : ପୂର୍ବୋଦୟ ଆର୍ଟ ଫାଉଣ୍ଡେସନ୍‌ ପକ୍ଷରୁ ଚାନ୍ଦିପୁରରେ ଅନୁଷ୍ଠିତ ଜାତୀୟସ୍ତରୀୟ ଦିନିକିଆ ଫାଷ୍ଟ ଷ୍ଟ୍ରୋକ୍ ବିଶାଳ ଜଳରଙ୍ଗ କର୍ମଶାଳା ଓ ଆଲୋଚନାଚକ୍ର ସମାପନ ହୋଇଯାଇଛି। ଏହି କର୍ମଶାଳାକୁ ଯୁବ ଚିତ୍ରଶିଳ୍ପୀ ନିତ୍ୟାନନ୍ଦ ସାହୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିବା ବେଳେ ଶିଳ୍ପୀମାନେ ଚାନ୍ଦିପୁର ଓ ତାର ଆଖପାଖ ଅଞ୍ଚଳକୁ ଯାଇ ମନଲୋଭା ପ୍ରାକୃତିକ ଦୃଶ୍ୟକୁ ଆଙ୍କିଥିଲେ। ବିଶେଷ କରି ବଳରାମଗଡ଼ିର ଲଞ୍ଚ, ଟଲର, ନୌକା ତଥା ବୁଢ଼ାବଳଙ୍ଗର ଝଲଝଲ ପାଣି, ବଙ୍ଗୋପସାଗରର ନୀଳ ଲହରୀର ଦୃଶ୍ୟ ବାହାରରୁ ଆସିଥିବା ଶିଳ୍ପୀମାନଙ୍କୁ ଅଧିକରୁ ଅଧିକ କଳା ମନସ୍ଥ କରିଥିବା ବେଳେ ବିବିଧ ରଙ୍ଗର ଷ୍ଟ୍ରୋକ୍ ମାରି କଳାର ଦକ୍ଷତା ଓ କଳାର କୌଶଳ ଫୁଟାଇ ଥିଲେ। ମଧ୍ୟାହ୍ନ ୨ ଟାରେ ସମସ୍ତ ଚିତ୍ରକୁ ନେଇ ପ୍ରଦର୍ଶନ କରାଯାଇଥିଲା। ନୀଳିମା ପ୍ରଧାନଙ୍କର ୧୦ଟି ଆକର୍ଷଣୀୟ ଏକ୍ରାଲିକ ପେଣ୍ଟିଂକୁ ନେଇ ଏକକ ଚିତ୍ର ପ୍ରଦର୍ଶନୀ କରାଯାଇଥିଲା। ପେଣ୍ଟିଂ ସବୁ କଳାପ୍ରେମୀ ତଥା ନିମନ୍ତ୍ରିତ ଅତିଥିମାନଙ୍କୁ ଆକୃଷ୍ଟ କରିଥିଲା। ଦେବଜିତ ପଲଙ୍କ ନେତୃତ୍ୱରେ ଶିଳ୍ପୀମାନଙ୍କ ମଧ୍ୟରେ ଜଳରଙ୍ଗ ବିଷୟରେ ଏକ ସାରଗର୍ଭକ ଆଲୋଚନା ହୋଇଥିଲା। ଅପରାହ୍ନରେ ସମ୍ବର୍ଦ୍ଧନା, ପ୍ରମାଣ ପତ୍ର ପ୍ରଦାନ ଓ ଉଦ୍‌ଯାପନ ଉତ୍ସବ ଆରମ୍ଭ ହୋଇଥିଲା। ଏହି ଉତ୍ସବକୁ ଫାଉଣ୍ଡେସନ୍‌ର ସଭାପତି ପ୍ରତାପ ରାଉତ ସଭାପତିତ୍ୱ କରିଥିବା ବେଳେ ସଂପାଦକ ନବୀନ ପଣ୍ଡା କାର୍ଯ୍ୟକ୍ରମର ଆଭିମୁଖ୍ୟ ପ୍ରଦାନ କରିଥିଲେ। ଶିବାନୀ ପ୍ରଧାନ ସଭାକାର୍ଯ୍ୟକୁ ପରିଚାଳନା କରିଥିବା ବେଳେ ମୁଖ୍ୟଅତିଥି ଭାବେ ଚାନ୍ଦିପୁର ପିଏକ୍ସଇର ଆସୋସିଏଟ୍ ଡାଇରେକ୍ଟର ଡ. ପି.କେ ଦାସଗୁପ୍ତା ଯୋଗ ଦେଇ ଶିଳ୍ପୀମାନଙ୍କ ଉଚ୍ଚକୋଟୀର ଚିତ୍ରକଳାକୁ ପ୍ରଶଂସା କରିଥିଲେ। ମୁଖ୍ୟବକ୍ତା ଭାବେ ବିଶିଷ୍ଟ କବି ପ୍ରଶାନ୍ତ ଦାସ ଯୋଗ ଦେଇ ଚିତ୍ରଶିଳ୍ପୀମାନଙ୍କ ଧର୍ମ ଓ କର୍ମକୁ ବିଷଦ ଭାବେ ଆଲୋଚନା କରିଥିଲେ। ସମ୍ମାନିତ ଅତିଥି ଭାବେ ଫକୀରମୋହନ ମେଡିକାଲ କଲେଜର ଆସିଷ୍ଟାଣ୍ଟ ପ୍ରଫେସର ଡା. ସୁରେଶ ଚନ୍ଦ୍ର ପାଲ, ଝାଡ଼ଖଣ୍ଡର ଚିତ୍ରଶିଳ୍ପୀ ପଲ, ଦେବଜିତ ପଲ, ଶୁଭାଶିଷ ସାମନ୍ତ, ପଶ୍ଚିମବଙ୍ଗରୁ ସପ୍ତଶ୍ରୀ ନନ୍ଦୀ, ଗୋପାଳ ରାୟ, ମାନସ ରାୟ, ପ୍ରକାଶ ରାୟ, ଓଡ଼ିଶାରୁ ଶିଳ୍ପୀ କେଶୁଦାସ, ଶ୍ରୀ ସାହୁ, ଧର୍ମପଦ ବିଶ୍ବାଳ, ଅରୁଣ ଜେନା, ତାପସ ପଣ୍ଡା, ସନ୍ତୋଷ ମହାରଣା, ବିଶ୍ବଜିତ ପରମାଣିକ, ମହେନ୍ଦ୍ର ନାଥ ଦଣ୍ଡପାଟ, ମାନସ ପତି, ମୁକ୍ତିକାନ୍ତ ନନ୍ଦୀ ପ୍ରମୁଖ ବିଶିଷ୍ଟ ଚିତ୍ରଶିଳ୍ପୀ ସହ ୪୦ ଜଣ ଚିତ୍ରଶିଳ୍ପୀ ଯୋଗ ଦେଇ ଚାନ୍ଦିପୁର, ବଳରାମଗଡ଼ି ଓ ନୂଆପାଳଗଡ଼ି ପ୍ରମୁଖ ସ୍ଥାନର ପ୍ରାକୃତିକ ଦୃଶ୍ୟକୁ ସୁନ୍ଦର ଭାବରେ ଆଙ୍କିଥିଲେ। ଏହି ଅବସରରେ ଦୁଇଜଣ ବରିଷ୍ଠ ଶିଳ୍ପୀ ଅଶୋକ ମହାନ୍ତି ଓ ଶିରିଶ ଚନ୍ଦ୍ର ଚାନ୍ଦଙ୍କୁ ତାଙ୍କର ଆଜୀବନ କଳା ସାଧନା ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମକୁ ପୂର୍ଣ୍ଣେନ୍ଦୁ ପତି, ଅରୁଣ ବାରିକ, ଗଦାଧର ମହାନ୍ତି , ସୁବ୍ରତ ଦତ୍ତ, ଗୌତମ ମାଝି, ସଞ୍ଜୟ ରାଉଳ, ଆଶିଷ ସାହୁ, ଦେବାଶିଷ ପତି ପ୍ରମୁଖ ପରିଚାଳନା କରିଥିବା ବେଳେ ସୁଶିଲ ତ୍ରିପାଠୀ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର