ଜୟପୁରର ଏସଡିପିଓ ଭାବେ ଯୋଗଦେବେ ଅରୁପ ଅଭିଷେକ ବେହେରା

ଜୟପୁର: ରାଜ୍ୟ ଗୃହ ବିଭାଗ ପକ୍ଷରୁ ଏସପି, ଡିଆଇଜି ଓ ଏସଡିପିଓ ସ୍ତରରେ ଥିବା ଆଇପିଏସ୍ ଅଧିକାରୀଙ୍କ ଅଦଳବଦଳ କରିଛନ୍ତି। ଏହି କ୍ରମରେ ଜୟପୁର ଏସଡିପିଓ ଆଇପିଏସ୍ ଗୁଣ୍ଠପାଲ୍ଲୀ ବରୁଣଙ୍କର କୋରାପୁଟ ଏସପି ଭାବେ ପଦନ୍ନୋତି ପାଇବା ସହ ବଦଳି ହୋଇଛି। ତାଙ୍କ ସ୍ଥାନରେ ସଦ୍ୟ ତାଲିମ ଶେଷ କରିଥିବା ଡିଏସପି ଅରୁପ ଅଭିଷେକ ବେହେରା ଯୋଗ ଦେଉଥିବା ସୂଚନା ମିଳିଛି। ସେ ୨୦୧୮ମସିହାରେ ଓପିଏସସିରେ ପାସ କରି ଡିଏସପି ଭାବେ ତାଲିମ ନେଇଥିଲେ। ତାଲିମ ସମୟରେ ରାୟଗଡା ଜିଲ୍ଲାରେ କାର୍ଯ୍ୟ କରିଛନ୍ତି। ସେ ପ୍ରୋବେସନ୍ ସମୟରେ ଚାନ୍ଦିଲି ଥାନା ଅଧିକାରୀ ଭାବେ ନିଜ ଦାୟିତ୍ବ ସୂଚାରୁ ରୁପେ ତୁଲାଇଥିଲେ। ଏପରିକି କୋଭିଡ୍ ସମୟରେ କୋଭିଡ୍ ଯୋଦ୍ଧା ଭାବେ ତାଙ୍କ କାମ ଅତ୍ୟନ୍ତ ପ୍ରଶଂସନୀୟ ରହିଥିଲା। ତାଲିମ ଶେଷ ହେବା ପରେ ପ୍ରଥମ ପୋଷ୍ଟିଂରେ ଜୟପୁର ଏସଡିପିଓ ଭାବେ ଦାୟିତ୍ବ ନେବେ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର