ନାଲକୋନଗର: ଅନୁଗୁଳ ନାଲକୋର ପାଉଁଶ ପରିବହନ କରୁଥିବା ପାଇପ ଫାଟିଲା। ମିଳିଥିବା ସୂଚନା ଅନୁଯାୟୀ ନାଲକୋ ସିପିପି ପ୍ଲାଣ୍ଟ ପରିସରରୁ ନାଲକୋ ପାଉଁଶ ପୋଖରୀକୁ ପାଇପ ଲାଇନ ଯୋଗେ ଯାଉଥିବା ପାଉଁଶ ପାଇପ ଆଜି ସକାଳ ୫.୩୦ରୁ ୬ଘଟିକା ସମୟ ମଧ୍ୟରେ ଫାଟିଯାଇଥିଲା। ଏହି ପାଇପ୍ ପୋଖରୀ ନମ୍ବର-୧ର ବି ପାର୍ଟ ଦେଇ ଯାଇଥିଲା। ପାଇପ ହଠାତ ଗୋଟିଏ ସ୍ଥାନରୁ ଫାଟି ଯାଇଥିବାରୁ ପାଉଁଶ ମିଶା ପାଣି ଖୁବ ଜୋରେ ନିର୍ଗତ ହୋଇଥିଲା। ନିର୍ଗତ ପାଉଁଶ ମିଶ୍ରିତ ପାଣି ନିକଟରେ ଯାଇଥିବା ନନ୍ଦିରା ଜୋରରେ ମିଶିିଥିଲା। ଖବର ପାଇ ନାଲକୋ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ପାଇପକୁ ଯୁଦ୍ଧକାଳୀନ ପରିସ୍ଥିତିରେ ସକାଳ ୧୦ଘଟିକା ମଧ୍ୟରେ ମରାମତି କାର୍ଯ୍ୟ ଶେଷ କରିଥିଲେ।
ପାଉଁଶ ପାଇପ ଫାଟିଲା: ଯୁଦ୍ଧକାଳୀନ ପରିସ୍ଥିତିରେ ମରାମତି କଲା ନାଲକୋ
/sambad/media/post_attachments/wp-content/uploads/2020/11/Angul1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)