ବିନିକା: ମହାନଦୀକୁ ଡେଇଁବାକୁ ଉଦ୍ୟମ କରୁଥିବା ଜଣେ ଆଶାକର୍ମୀଙ୍କୁ ଆଜି ସ୍ଥାନୀୟ ଲୋକେ ଉଦ୍ଧାର କରିଛନ୍ତି । ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ସିଂଘିଯୁବା ଗ୍ରାମର ଆଶା କର୍ମୀ ସୁମିତ୍ରା ନାଏକ ମହାନଦୀ ବ୍ରିଜ ଉପରୁ ତରକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରୁଥିବା ସମୟରେ ବ୍ରିଜ ଉପରେ ଯାଉଥିବା କିଛି ଲୋକ ତାଙ୍କୁ ଦେଖି ଉଦ୍ଧାର କରିଥିଲେ ।
ତେବେ ଆଶାକାର୍ମୀ ଆତ୍ମହତ୍ୟା ଉଦ୍ୟମ କରିବାର କାରଣ ହେଲେ ସେ ନିଜ ସ୍ୱାମୀଙ୍କ ସହିତ ପାରିବାରିକ ଘଟଣାକୁ ନେଇ ଝଗଡ଼ା କରିଥିଲେ । ସୂଚନା ପାଇଁ ବିନିକା ପୁଲିସ ଘଟଣାସ୍ଥଳରେ ପହଂଚି ଆଶାକର୍ମୀଙ୍କୁ ଉଦ୍ଧାର କରିଥିଲା । ପରେ ତାଙ୍କୁ ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ।