ମାଜିଷ୍ଟ୍ରେଟ୍‌ଙ୍କ ଜାଲ୍‌ ଦସ୍ତଖତରେ ଜାମିନ ମାମଲାରେ କୋର୍ଟ ଏଏସ୍‌ଆଇ ଗିରଫ

ବୁଗୁଡ଼ା: ମାଜିଷ୍ଟ୍ରେଟ୍‌ଙ୍କ ଜାଲ୍‌ ଦସ୍ତଖତରେ ଆଦେଶ କପି ପ୍ରସ୍ତୁତ କରି ଅଭିଯୁକ୍ତକୁ ଜାମିନ୍‌ରେ ଛାଡ଼ିଦେବା ଘଟଣାରେ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଜେଏମ୍‌ଏଫ୍‌ସି କୋର୍ଟରେ କାର୍ଯ୍ୟରତ ପୁଲିସ ଏଏସ୍‌ଆଇ ସୂର୍ଯ୍ୟ ନାରାୟଣ ବେହେରାଙ୍କୁ ଆଜି ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ସୂର୍ଯ୍ୟଙ୍କ ବିରୋଧରେ ବୁଗୁଡ଼ା କୋର୍ଟର ମାଜିଷ୍ଟ୍ରେଟ ସୋନାଲି ଅପରାଜିତା ଏତଲା ଦେବା ପରେ ପୁଲିସ କେସ ନଂ ୫୮/୨୧ରେ ଏକ ମାମଲା ରୁଜୁ ହୋଇଥିଲା। ଅଭିଯୋଗ ଅନୁସାରେ ଏଏସ୍‌ଆଇ ସୂର୍ଯ୍ୟ ନାରାୟଣ ବେହେରା ମାଜିଷ୍ଟ୍ରେଟ୍‌ଙ୍କ ଅନୁପସ୍ଥିତିରେ ଜାମିନ୍‌ ଆଦେଶ କପି ପ୍ରସ୍ତୁତ କରି ଏହା ଉପରେ ତାଙ୍କର ନକଲି ଦସ୍ତଖତ କରି ଜେଲ୍‌ କର୍ତ୍ତୃପକ୍ଷଙ୍କୁ ପଠାଇ ଦେଇଥିଲେ। ନକଲି କୋର୍ଟ ଆଦେଶ କପି ବଳରେ ଅଭିଯୁକ୍ତ ଜେଲ୍‌ରୁ ଜାମିନ୍‌ରେ ଖଲାସ ହୋଇ ପଳାଇଥିଲେ। ଏହା ଜଣାପଡ଼ିବା ପରେ ବୁଧବାର ସନ୍ଧ୍ୟାରେ ବୁଗୁଡ଼ା ମାଜିଷ୍ଟ୍ରେଟ୍‌ ଥାନାରେ ଅଭିଯୋଗ କରିଥିଲେ।
ସମ୍ବନ୍ଧିତ ଖବର