ଏତଲାକାରୀଙ୍କୁ ଅଣ୍ଡା ମାଗିବା ମହଙ୍ଗା ପଡ଼ିଲା: ନିଲମ୍ବିତ ହେଲେ ସଇଁତଳା ଥାନା ଏଏସ୍ଆଇ
ସଇଁତଳା: ଏତଲାକାରୀଙ୍କୁ ଆଣ୍ଡା ମାଗିବା ଅଭିଯୋଗରେ ବଲାଙ୍ଗୀର ଜିଲ୍ଲାର ସଇଁତଳା ଏଏସ୍ଆଇ ଜଗଦୀଶ ମହାନନ୍ଦ ଶୁକ୍ରବାର ନିଲମ୍ବିତ ହୋଇଛନ୍ତି। ‘ମୋ ସରକାର’ କାର୍ଯ୍ୟକ୍ରମରେ ଘଟଣାର ତଦନ୍ତ କରି ବଲାଙ୍ଗୀର ଏସ୍ପି ମଡକର ସନ୍ଦୀପ ସଂପଦ ଆଜି ଜଗଦୀଶଙ୍କୁ ନିଲମ୍ବନ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁସାରେ ମାରପିଟକୁ ଘଟଣାକୁ କେନ୍ଦ୍ର କରି ସଇଁତଳା ପଛପଟରେ ରହୁଥିବା ଆଶାିଷ ସାହୁ ନାମରେ ଜଣେ ବ୍ୟକ୍ତି ଗତ ସେପ୍ଟେମ୍ବର ୧୨ରେ ଥାନାକୁ ଏତଲା ଦେବାକୁ ଯାଇଥିଲେ। ଏହି ସମୟରେ ମାମଲା ରୁଜୁ କରିବା ପୂର୍ବରୁ ଏଏସ୍ଆଇ ଜଗଦୀଶ ଅଭିଯୋଗକାରୀଙ୍କୁ ଯେକୌଣସି ସ୍ଥାନରୁ କୁକୁଡ଼ା ଅଣ୍ଡା ଆଣି ଦେବାକୁ କହିଥିଲେ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨ ଦିନ ତଳେ ‘ମୋ ସରକାର’ କାର୍ଯ୍ୟକ୍ରମ ଉଦ୍ଘାଟନ କରିବା ପୂର୍ବରୁ ଅଧିକାରୀମାନେ ଆଶିଷ ସାହୁଙ୍କୁ ଯୋଗାଯୋଗ କରିଥିଲେ। ଅଧିକାରୀମାନେ ନିର୍ଭୟରେ ପୁଲିସ ପ୍ରଶାସନ ବ୍ୟବସ୍ଥା ବାବଦରେ ପ୍ରଶ୍ନ କରିଥିଲେ। ଆଶିଷ ପୁଲିସ ଅଧିକାରୀମାନଙ୍କୁ ସଇଁତଳା ଏଏସ୍ଆଇଙ୍କ ବ୍ୟବହାର କହିବା ପରେ ଘଟଣାର ଡିଏସ୍ପି ସ୍ତରରେ ତଦନ୍ତ ହୋଇଥିଲା। ଜଗଦୀଶଙ୍କୁ ଅକ୍ଟୋବର ୧ରେ ବଲାଙ୍ଗୀର ମୁଖ୍ୟ କାର୍ଯ୍ୟାଳୟ ହାଜର ହେବାକୁ କୁହାଯାଇଥିଲା। ଅକ୍ଟୋବର ୨ରେ ଜିଲ୍ଲାର ଜଣେ ବରିଷ୍ଠ ଅଧିକାରୀ ଘଟଣାର ତଦନ୍ତ ପାଇଁ ଆଶିଷଙ୍କ ଘରକୁ ଯାଇଥିଲେ। ଘଟଣାର ତଦନ୍ତ ଆଧାରରେ ଆଶିଷଙ୍କୁ ଏସ୍ପି ବହିଷ୍କୃତ କରିଛନ୍ତି।