ଜିଆରଏସ ନିଯୁକ୍ତି ବାତିଲ ନେଇ ଅନୁଗୁଳ ପିଡି ଡିଆରଡିଏଙ୍କୁ ଘେରିଲେ ନିଯୁକ୍ତି ଆଶାୟୀ

ଅନୁଗୁଳ: ଦୀର୍ଘ ଦିନ ହେବ ଚାକିରି ପାଇଁ ଆବେଦନ କରିବା ପରେ ଆଜି ପ୍ରାର୍ଥୀମାନଙ୍କ ମୂଳ ପ୍ରମାଣ ପତ୍ର ଯାଞ୍ଚ ପାଇଁ ଦିନ ଧାର୍ଯ୍ୟ କରାଯାଇଥିଲା। ଏଥିପାଇଁ ଆବେଦନକାରୀ ଆଶୟୀ ପ୍ରାର୍ଥୀମାନେ ଦୂରଦୂରାନ୍ତରୁ ଆସି ଅନୁଗୁଳ ଠାରେ ପହଞ୍ଚି ଥିଲେ। ମାତ୍ର ହଠାତ କୌଣସି କାରଣ ନ ଦେଖାଇ ଗ୍ରାମ୍ୟ ଉନ୍ନୟନ କର୍ତ୍ତୃପକ୍ଷ ଏହି ଯାଞ୍ଚ ପ୍ରକ୍ରିୟା ସହିତ ନିଯୁକ୍ତି ପାଇଁ ପ୍ରାର୍ଥୀ ଚୟନ ପ୍ରକ୍ରିୟାକୁ ବାତିଲ କରିଦେଇଛନ୍ତି। ଏହାକୁ ନେଇ ଆଶାୟୀ ପ୍ରାର୍ଥୀମାନଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇବା ସହିତ ଅନୁଗୁଳ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅତୁଲ୍ୟ ଚମ୍ପତ୍ତିରାୟଙ୍କୁ ଘେରାଉ କରି ରଖିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଗ୍ରାମ ରୋଜଗାର ସେବକ( ଜିଆରଏସ) ପଦବି ପାଇଁ ୨୦୧୭ ମସିହା ଅକ୍ଟୋବର ମାସରେ ଅନୁଗୁଳ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରାର୍ଥୀମାନଙ୍କ ଠାରୁ ଆବେଦନ ଆହ୍ଵାନ କରିଥିଲା। ଏହି କ୍ରମରେ ଆଶାୟୀ ପ୍ରାର୍ଥୀମାନେ ଆବେଦନ କରିଥିଲେ। ପୂର୍ବ ଘୋଷିତ କାର୍ଯ୍ୟକ୍ରମ ଅନୁଯାୟୀ, ଆଜି ଆବେଦନ କରିଥିବା ପ୍ରାର୍ଥୀମାନଙ୍କର ମୂଳ ପ୍ରମାଣପତ୍ର ଯାଞ୍ଚ ପାଇଁ ତାରିଖ ଧାର୍ଯ୍ୟ କରାଯାଇଥିଲା। ମାତ୍ର ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଅନିର୍ବାର୍ଯ୍ୟ କାରଣରୁ ଏହି ମୂଳ ପ୍ରମାଣପତ୍ର ଯାଞ୍ଚ କାର୍ଯ୍ୟକୁ ବାତିଲ କରରାଗଲା ବୋଲି ନୋଟିସ ମାରିଥିଲେ। ଗତ ୨୧ ତାରିଖରେ ଏହି ନିଯୁକ୍ତି ପ୍ରକ୍ରିୟା ବାତିଲ ହେଲା ଓ ପରେ ଏ ନେଇ ପୁଣି ଥରେ ବଜ୍ଞପ୍ତି ପ୍ରକାଶ ପାଇବ ବୋଲି ଏହି ନୋଟିସରେ ଦର୍ଶାଯାଇଛି। ତେବେ ଏହି ନିଯୁକ୍ତି ପ୍ରକ୍ରିୟା ବାତିଲ ନେଇ ଆଶାୟୀ ପ୍ରାର୍ଥୀମାନେ କିଛି ଜାଣି ନ ଥିଲେ। ସେମାନେ ପୂର୍ବ ନିର୍ଦ୍ଧାରିତ ତାରିଖ ଅନୁଯାୟୀ, ଆସି ଅନୁଗୁଳ ଜିଲ୍ଲା ଗ୍ରାମ୍ୟଉନ୍ନୟନ ସଂସ୍ଥା କାର୍ଯ୍ୟାଳୟରେ ପହଞ୍ଚିବା ପରେ ନିଯୁକ୍ତି ପ୍ରକ୍ରିୟା ବାତିଲ ହୋଇଥିିବା ଜଣିବାକୁ ପାଇଥିଲେ। ଏହାକୁ ନେଇ ଆଶାୟୀ ପ୍ରାର୍ଥୀମାନଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇବା ସହିତ ସେମାନେ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଚମ୍ପତିରାୟଙ୍କୁ ଘେରାଉ କରି ରଖିଛନ୍ତି।

ସମ୍ବନ୍ଧିତ ଖବର