ଭୁବନେଶ୍ୱର: ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ୍ର ସହକାରୀ ଯନ୍ତ୍ରୀ ସଦାନନ୍ଦ ଜେନାଙ୍କ ଘରେ ଆଜି ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଆରମ୍ଭ କରାଯାଇଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଭିଜିଲାନ୍ସର ୫ଟି ଟିମ୍ ଏକକାଳୀନ ଶ୍ରୀ ଜେନାଙ୍କ କପ୍ତିପଦାସ୍ଥିତ ବାସଭବନ, ତାଙ୍କ ପୈତୃକ ଘର ସହିତ ଶ୍ୱଶୁର ଘରେ ଚଢ଼ାଉ କରିଛି।
ଭିଜିଲାନ୍ସ ଡିଏସପି ସଞ୍ଜୟ ଦାସମହାପାତ୍ରଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ, କପ୍ତିପଦା ବ୍ଲକ୍ରେ ସହକାରୀ ଯନ୍ତ୍ରୀ ଶ୍ରୀ ଜେନାଙ୍କ ବାଲେଶ୍ୱରସ୍ଥିତ ଘର, କପ୍ତିପଦା ବାସଭବନ, ତାଙ୍କ କପ୍ତିପଦା ବ୍ଲକ୍ରେ ଥିବା ଅଫିସ, ବାଲେଶ୍ୱର ଠାରେ ଥିବା ଶ୍ୱଶୁର ଘର ସହିତ ଅନ୍ୟ ଏକ ସ୍ଥାନରେ ଏହି ଚଢ଼ାଉ ଚାଲିଛି।
କପ୍ତିପଦା ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
/sambad/media/post_attachments/wp-content/uploads/2018/03/Vigilance_Odisha-4.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)