ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଗଞ୍ଜାମ ବ୍ଲକର ସହକାରୀ ଯନ୍ତ୍ରୀ ବଂଶୀଧର ପରିଡା ସୋମବାର ଭିଜିଲାନ୍ସ ଜାଲରେ ପଡିଯାଇଛନ୍ତି। ପାଲୁରର ଗଜପତିନଗରର ଠିକାଦର ବିକ୍ରମ ଦାସଙ୍କଠାରୁ ମନରେଗା ରାସ୍ତା କାମର ୨ ଲକ୍ଷ ୧୦ ହଜାର ଟଙ୍କା ପାଇଁ ବିଲ କରାଇଦେବାକୁ ସେ ୪ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ସମ୍ପୃକ୍ତ କଣ୍ଟ୍ରାକ୍ଟର ଏ ସଂକ୍ରାନ୍ତରେ ଭିଜିଲାନ୍ସରେ ଅଭିଯୋଗ କରିଥିଲେ।
ତେବେ ସୋମବାର ବ୍ଲକ କାର୍ଯ୍ୟାଳୟରେ ବଂଶୀଧରଙ୍କୁ ବିକ୍ରମ ଟଙ୍କା ଦେଇ ଆସିବା ପରେ ବାହାରେ ଥିବା ବ୍ରହ୍ମପୁର ଭିଜିଲାନ୍ସ ଅଧିକାରୀମାନେ ଧରିଥିଲେ। ତାଙ୍କଠାରୁ ୪ ହଜାର ଟଙ୍କା ଜବତ କରିବା ସହିତ ଏ ସଂକ୍ରାନ୍ତରେ ନଂ. ୧୯/୨୨ରେ ଏକ ମାମଲା ରୁଜୁ କରାଯାଇଛି। ଏକକାଳୀନ ଭାବେ ବଂଶୀଧରଙ୍କ ଦୁଇଟି ସ୍ଥାନରେ ଭିଜିଲାନ୍ସ ଅଧିକାରୀମାନେ ଚଢ଼ଉ କରିଛନ୍ତି। ବର୍ତ୍ତମାନ ଚଢ଼ଉ ଜାରି ରହିଥିବାରୁ ସଠିକ ତଥ୍ୟ ଦେବାରେ ବିଳମ୍ବ ହେବ ବୋଲି ଭିଜିଲାନ୍ସ ଅଧିକାରୀମାନେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/1-30.jpg)