ଜୟପୁର: ଆଜି ଜୟପୁରରୁ ଅଯୋଧ୍ୟା ଅଭିମୁଖେ ବାହାରିଛି ‘‘ଆସ୍ଥା ଏକ୍ସପ୍ରେସ୍’’ ସ୍ବତନ୍ତ୍ର ଟ୍ରେନ୍। ସେଭଳି ଆଉ ଏକ ସ୍ବତନ୍ତ୍ର ଟ୍ରେନ ଆସନ୍ତା ୬ ତାରିଖରେ ଜଗଦଲପୁରରୁ ଯିବ। ଆଜି ଜୟପୁର- ଦର୍ଶନନଗର-ଜୟପୁର ଟ୍ରେନ ଯାଇଛି। ଟ୍ରେନଟି ୪ରେ ଜୟପୁର ଷ୍ଟେସନରୁ ବାହାରି ୬ ତାରିଖରେ ଅଯୋଧ୍ୟାର ଦର୍ଶନନଗରରେ ପହଞ୍ଚିବ। ସେଠାରୁ ୭ରେ ବାହାରି ଏଠାରେ ୮ ତାରିଖରେ ପହଞ୍ଚିବ ବୋଲି ପୂର୍ବତଟ ରେଲୱେ ପକ୍ଷରୁ ସୂଚନା ଦିଆଯାଇଛି। ସେଭଳି ଜଗଦଲପୁରରେ ୬ତାରିଖରେ ବାହାରି ୮ତାରିଖରେ ପହଚିଂବ ଏବଂ ସେଠାରୁ ୯ତାରିଖରେ ବାହାରି ଜଗଦଲପୁରରେ ୧୧ତାରିଖରେ ପହଚିଂବ ବୋଲି ସୂଚନା ମିଳିଛି।

Advertisment

ଜୟପୁର-ଦର୍ଶନନଗର-ଜୟପୁର ଟ୍ରେନ୍ ୪ ତାରିଖ (ସୋମବାର) ଆଜି ସନ୍ଧ୍ୟା ୬ଟାରେ ଏଠାରୁ ବାହାରିଥିଲା। କୋରାପୁଟ, ଦାମନଯୋଡ଼ି, ଟିକିରି, ରାୟଗଡ଼ା, ସିଙ୍ଗାପୁର ରୋଡ୍ ଦେଇ ଟିଟିଲାଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ରାଉରକେଲା, ଚକ୍ରଧରପୁର, ଅନାରା, ଗୋମ୍, କୋଡ଼ରମା, ଗୟା, ଦେହରୀ- ଅନ୍-ସୋନ୍, ସାସାରାମରେ ଅଟକିବ। ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଜଙ୍କସନ୍, ନ୍ୟୁ ୱେଷ୍ଟ କ୍ୟାବିନ୍, ବାରଣାସୀ, ଜଉନ୍ପୁର ଦେଇ ଦର୍ଶନନଗରରେ ୬ ତାରିଖ ରାତି ୩ଟା ୨୦ରେ ପହଞ୍ଚିବ। ଜୟପୁରରୁ ଦର୍ଶନନଗରର ଦୂରତା ହେଉଛି ୧ ହଜାର ୫୨୦ କିଲୋମିଟର। ୭ ତାରିଖ (ଗୁରୁବାର) ସକାଳ ୮ଟାରେ ଦର୍ଶନନଗରରୁ ବାହାରି ଯାଇଥିବା ରୁଟରେ ଜୟପୁର ଫେରିବ।

ରାୟଗଡ଼ାରେ ୮ ତାରିଖ ଶୁକ୍ରବାର ପୂର୍ବାହ୍ନ ୧୦ଟା ୧୫ରେ ପହଞ୍ଚିବ। କୋରାପୁଟରୁ ଅପରାହ୍ନ ୧.୫୫ରେ ବାହାରି ଏଠାରେ ୩ଟା ୧୫ରେ ପହଞ୍ଚିବ। ଟ୍ରେନ୍ରେ ମୋଟ ୨୨ଟି କୋଚ୍ ରହିବ। ସେଭଳି ୬ତାରିଖ ଦିନ ଜଗଦଲପୁରରୁ ସଂଧ୍ୟା ୮ଟାରେ ବାହାରି ୧୦ଟା ୫ରେ କୋରାପୁଟ , ରାୟଗଡ଼ା ,ସିଙ୍ଗପୁର ରୋଡ, ଟିଟିଲାଗଡ଼, ସମ୍ବଲପୁର, ଝାରସୁଗୁଡା ରୋଡ, ଆଇବି, ରାୟଗଡ଼, ଚମ୍ପା, ବିଳାସପୁର, ପେଣ୍ଡ୍ରାରୋଡ, ଅନୁପପପୁର, ସାହାଡୋଳ, ଉମାରିଆ, ନୂଆ କଟନି ଜଙ୍କସନ୍, କଟନି, ସାତନା, ମାନିକପୁର ଜଙ୍କସନ, ପ୍ରୟାଗରାଜ ଜଙ୍କସନ, ଅଯୋଧ୍ୟାଧାମରେ ପହଚିଂବ। ଜଗଦଲପୁରରୁ ଅଯୋଧ୍ୟାର ଦୂରତା ହେଉଛି ୧ ହଜାର ୮୨୭ କିଲୋମିଟର।ସେଭଳି ସେପଟରୁ ୯ତାରିଖ ଦିନ ୫ଟା ୫୫ରେ ବାହାରି ୧୧ତାରିଖ ଦିନ ଜଗଦଲପୁରରେ ପହଚିଂବ ବୋଲି ପୂର୍ବତଟ ରେଳବିଭାଗ ପକ୍ଷରୁ ସୂଚନା ମିଳିଛି।