ଆଠଗଡରେ ମଦ ବିରୋଧୀ ଆନ୍ଦୋଳନକୁ ସମର୍ଥନ କଲେ ବିଜେଡି ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ

କଟକ: କଟକ ଆଠଗଡରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ । କଖଡି ଗ୍ରାମପଞ୍ଚାୟତରୁ ବିଦେଶୀ ମଦ ଦୋକାନ ହଟାଇବାକୁ ଏହି ଆନ୍ଦୋଳନ କରାଯାଉଥିବା ଜଣାପଡିଛି । ସରପଞ୍ଚ ଶାନ୍ତିପ୍ରିୟା ମହାନ୍ତି ସତ୍ୟାଗ୍ରହ ଅନଶନରେ ବସିଛନ୍ତି । ଏହି ଆନ୍ଦୋଳନରେ ରାଜ୍ୟସଭା ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ ଓ ଓଡିଶା ନିଶାମୁକ୍ତି ଅଭିଯାନରେ ସଂଯୋଜିକା ଅପର୍ଣ୍ଣା ସାମିଲ ହୋଇଛନ୍ତି ।

ତେବେ ମିଳିଥିବା ସୂଚନା ଅନୁସାରେ ଗତକାଲି କଖଡି ସରପଞ୍ଚ ଶାନ୍ତି ପ୍ରିୟା ମହାନ୍ତି ମୁଖମନ୍ତ୍ରୀଙ୍କୁ ଏକ ଚିଠି ଲେଖି ସ୍ଥାନୀୟ ଅଞ୍ଚଳରେ ମଦ୍ୟପମାନଙ୍କ ଦୌରାମ୍ୟ ବଢିବାରେ ଲାଗିଛି ତେଣୁ ଯଥା ଶୀଘ୍ର ସେହି ଅଞ୍ଚଳରେ ମଦକୁ ନିଷେଧ କରିବା ପାଇଁ କହିଥିଲେ । ତେବେ ସରକାର ଯଦି ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ ନ କରନ୍ତି ତେବେ ସେ ଅନଶନରେ ବସିବେ ବୋଲି କହିଥିଲେ । ଆଜି ତାଙ୍କର ଏପରି ପ୍ରତିବାଦକୁ ସମ୍ମାନ ଦେଇ ରାଜ୍ୟସଭା ସାସଂଦ ତଥା ‘ସମ୍ବାଦ’ର ସମ୍ପାଦକ  .ସୌମ୍ୟରଞ୍ଜନ ପଟ୍ଟନାୟକ ସେଠାରେ ପହଞ୍ଚି ସରପଞ୍ଚଙ୍କ ଏପରି କାର୍ଯ୍ୟକୁ ପ୍ରଶଂସା କରିଛନ୍ତି।

ସମ୍ବନ୍ଧିତ ଖବର