ରାଉରକେଲା: ରାଉରକେଲା ଜନ୍ମିତ ତଥା ବୋକାରୋ ଷ୍ଟିଲ ପ୍ଲାଣ୍ଟ୍‌ର କାର୍ଯ୍ୟ ବିଭାଗ ଇଡି ଅତନୁ ଭୌମିକ ଆର୍‌ଏସ୍‌ପିର ଭାରପ୍ରାପ୍ତ ନିର୍ଦ୍ଦେଶକ ମନୋନୀତ ହୋଇଛନ୍ତି । ଆଜି ନୂଆ ଦିଲ୍ଲୀରେ ଅନୁଷ୍ଠିତ ପବ୍ଲିକ ଏଣ୍ଟରପ୍ରାଇଜେସ୍‌ ସିଲେକ୍ସସନ ବୋର୍ଡ(ପିଇଏସ୍‌ବି) ଶ୍ରୀ ଭୌମିକଙ୍କ ନାଁକୁ ସୁପାରିସ କରିଛନ୍ତି। ଆପଏଣ୍ଟ୍‌ମେଣ୍ଟ୍‌ସ କମିଟି ଅଫ୍‌ ଦି କ୍ୟାବିନେଟ୍‌(ଏସିସି)ର ଆନୁଷ୍ଠାନିକ ମୋହର ପରେ ଶ୍ରୀ ଭୌମିକ ଆନୁଷ୍ଠାନିକଭାବେ ଦାୟିତ୍ବ ନେବେ।

Advertisment

ଶ୍ରୀ ଭୌମିକଙ୍କ ବାପା ଆର୍‌ଏସ୍‌ପି କର୍ମଚାରୀ ଥିବାବେଳେ ଏଠାରେ ତାଙ୍କର ଆଦ୍ୟ ଓ କୈଶୋର ଜୀବନ ବିତିଛି। ସେ ସ୍ଥାନୀୟ ସେଣ୍ଟ୍‌ ପଲ୍‌ ସ୍କୁଲ, ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ(ଏନ୍‌ଆଇଟି)ରେ ୧୯୮୮ ମସିହାରେ ଶିକ୍ଷା ସମାପ୍ତି ପରେ ରାଉରକେଲା ଇସ୍ପାତ କାରଖାନାରେ ଯୋଗଦେଇଥିଲେ। ଦୀର୍ଘ କାଳ ପର୍ଯ୍ୟନ୍ତ ସେ ଆର୍‌ଏସ୍‌ପିର ବ୍ଲାଷ୍ଟ୍‌ଫର୍ଣ୍ଣେସ୍‌ ବିଭାଗର ମୁଖ୍ୟ ମହାପ୍ରବନ୍ଧକ, ପ୍ରକଳ୍ପ ବିଭାଗର ଭାରପ୍ରାପ୍ତ ମୁଖ୍ୟ ମହାପ୍ରବନ୍ଧକ ଆଦି ଏକାଧିକ ପଦବିରେ ରହିଥିଲେ ।