ରାଉରକେଲା: ରାଉରକେଲା ଇସ୍ପାତ କାରଖାନା(ଆର୍ଏସ୍ପି)ର ନୂତନ ଭାରପ୍ରାପ୍ତ ନିର୍ଦ୍ଦେଶକଭାବେ ରାଉରକେଲା ଜନ୍ମିତ ଅତନୁ ଭୌମିକ ଖୁବଶୀଘ୍ର ଯୋଗଦେବେ। ଆଜି ଶ୍ରୀ ଭୌମିକଙ୍କ ନାଁରେ ଆପଏଣ୍ଟ୍ମେଣ୍ଟ୍ସ କମିଟି ଅଫ୍ ଦି କ୍ୟାବିନେଟ୍(ଏସିସି)ର ଆନୁଷ୍ଠାନିକ ମୋହର ପରେ ଶ୍ରୀ ଭୌମିକ ଆର୍ଏସ୍ପିର ମଙ୍ଗ ସମ୍ଭାଳିବେ। ସେ ଖୁବଶୀଘ୍ର ଦାୟିତ୍ବ ଗ୍ରହଣ କରିବେ। ଶ୍ରୀ ଭୌମିକ ଆସନ୍ତା ୨୦୨୪ ଡିସେମ୍ବର ୩୧ ତାରିଖ ଯାଏଁ ଏହି ଦାୟିତ୍ବରେ ରହିବେ। ଏହି ସୁନାମଧନ୍ୟ ଇସ୍ପାତ କାରଖାନାର ମୁଖିଆ ଦାୟିତ୍ବ ଗ୍ରହଣ କରିବାରେ ସେ ହେଉଛନ୍ତି ପ୍ରଥମ ଓ ଏକମାତ୍ର ରାଉରକେଲା ଜନ୍ମିତ ଅଧିକାରୀ।
ସୂଚନାଯୋଗ୍ୟ, ଗତ ଡିସେମ୍ବର ୭ ତାରିଖରେ ନୂଆ ଦିଲ୍ଲୀରେ ଅନୁଷ୍ଠିତ ପବ୍ଲିକ୍ ଏଣ୍ଟରପ୍ରାଇଜେସ୍ ସିଲେକ୍ସନ ବୋର୍ଡ(ପିଇଏସ୍ବି) ଶ୍ରୀ ଭୌମିକଙ୍କ ନାଁକୁ ସୁପାରିସ କରିଥିଲା। ପ୍ରକାଶଥାଉକି, ଶ୍ରୀ ଭୌମିକ ରାଉରକେଲାରେ ଜନ୍ମ ଗ୍ରହଣ କରିଥିଲେ। ବାପା ଆର୍ଏସ୍ପି କର୍ମଚାରୀ ଥିବାବେଳେ ସପରିବାର ପିଲାଦିନରୁ ଏଠାରେ ରହୁଥିଲେ। ଶ୍ରୀ ଭୌମିକ ସ୍ଥାନୀୟ ସେଣ୍ଟ୍ପଲ୍ ସ୍କୁଲ, ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ(ଏନ୍ଆଇଟି)ରେ ୧୯୮୮ ମସିହାରେ ଶିକ୍ଷା ସମାପ୍ତି ପରେ ରାଉରକେଲା ଇସ୍ପାତ କାରଖାନାରେ ଯୋଗଦେଇଥିଲେ। ଦୀର୍ଘ ବର୍ଷ ଧରି ସେ ଆର୍ଏସ୍ପିର ବ୍ଲାଷ୍ଟ୍ଫର୍ଣ୍ଣେସ୍ ବିଭାଗର ମୁଖ୍ୟ ମହାପ୍ରବନ୍ଧକ, ପ୍ରକଳ୍ପ ବିଭାଗର ଭାରପ୍ରାପ୍ତ ମୁଖ୍ୟ ମହାପ୍ରବନ୍ଧକ ଆଦି ଏକାଧିକ ପଦବିରେ ରହିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/atanu.jpg)