ଲହୁଣିପଡ଼ା: ଲହୁଣିପଡ଼ା ଥାନା ଅନ୍ତର୍ଗତ ତାଲବାହାଳି ପଞ୍ଚାୟତର ମଦନପଡ଼ା ଗ୍ରାମରେ ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୪ ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି। ସୂଚନାରୁ ପ୍ରକାଶ ଯେ, ମଦନପଡ଼ା ଗ୍ରାମର ପଣ୍ଡାକୁ ନାଏକ, ରତ୍ନୀ ନାଏକ, ବୁଟୁ ନାଏକ ଓ ଆଷାଢ଼ୀ ନାଏକ ଗତକାଲି ସନ୍ଧ୍ୟାରେ ଜଙ୍ଗଲରୁ କିଛି ଜଙ୍ଗଲିଛତୁ ଗୋଟାଇ ଆଣି ଘରେ ରୋଷେଇକରି ଖାଇଥିଲେ।
ଆଜି ସକାଳେ ୩ ଜଣଙ୍କୁ ବାନ୍ତିହେବା ସହ ଜଣକର ରକ୍ତବାନ୍ତି ହୋଇଥିଲା। ତେଣୁ ସେମାନଙ୍କୁ ବଣାଇ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେମାନେ ଚିକିତ୍ସିତ ହେଉଥିବାବେଳେ ଜଣକର ଅବସ୍ଥା ଗୁରୁତର ଅଛି ବୋଲି କୁହାଯାଉଛି।