ଜୟପୁର: ଜୟପୁର ଟାଉନଥାନା ଅନ୍ତର୍ଗତ ପୁରୁଣା ଅଗ୍ନିଶମ କାର୍ଯ୍ୟାଳୟ ପଡିଆ ଠାରେ ସ୍ଥାନୀୟ ଦାସ ସାହିର ତୁଷାର ରଞ୍ଜନ ପାତ୍ରଙ୍କୁ ଆକ୍ରମଣ ହୋଇଥିବା ନେଇ ଟାଉନ ଥାନାରେ ଲିଖିତ ଅଭିଯୋଗ ଦେଇଛନ୍ତି। ଏନେଇ ଅପରପକ୍ଷରେ ରମାକାନ୍ତ ମିଶ୍ର ପାଲଟା ଅଭିଯୋଗ ଦେଇଥିବା ଥାନା ଅଧିକାରୀ ତପନ ନାରାୟଣ ରଥ ପ୍ରକାଶ କରିଛନ୍ତି। ସୂଚନାଅନୁଯାୟୀ, ଆଜି ଅପରାହ୍ନ ୪.୧୫ରେ ତୁଷାର ବଜାରରୁ ସଉଦା ନେଇ ଘରକୁ ଯାଉଥିବା ବେଳେ ସ୍ଥାନୀୟ ସୁନାରୀ ସାହି ନିକଟରେ ଦୁଇଟି ବାଇକରେ ରମାକାନ୍ତ ମିଶ୍ର, ସୁରଜ ସାହୁ ଓ ମଙ୍ଗୁଳୁ ପ୍ରମୁଖ ୩ ଜଣ ଯୁବକ ଗାଳି କରିବା ସହ ଧକ୍କା ମାରି ଚାଲିଯାଇଥିଲେ। ସାଢ଼େ ୪ଟା ବେଳେ ସମୟରେ ତୁଷାର ଖେଳପଡିଆକୁ ଯିବା ସମୟରେ ରମାକାନ୍ତ, ସୁରଜ, ମଙ୍ଗୁଳୁ ସମେତ ୧୦ରୁ ଊର୍ଧ୍ୱ ଜଣ ପହଞ୍ଚି ଆକ୍ରମଣ କରିଥିଲେ। ତୁଷାରକୁ ଠେଙ୍ଗା, ପଥର ଆଦିରେ ମାଡ଼ ମାରିଥିଲେ। ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ତୁଷାରକୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ତୁଷାର ଏନେଇ ଟାଉନ ଥାନାରେ ଲିଖିତ ଅଭିଯୋଗ ଦେଇଛନ୍ତି। ଖବର ଲେଖାଯିବା ପର୍ଯ୍ୟନ୍ତ ଥାନାରେ ମାମଲା ରୁଜୁ ହୋଇ ନଥିଲା।
ଯୁବକଙ୍କୁ ମରଣାନ୍ତକ ଆକ୍ରମଣ
/sambad/media/post_attachments/wp-content/uploads/2017/11/jpr3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)