ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା ଜରଦାଠାରେ ଥିବା ସିଡବ୍ଲ୍ୟୁଏସ ହସ୍ପିଟାଲ ପରିସରରେ ଥିବା ଏକ ଏଟିଏମ ଗତକାଲି ରାତିରେ ଜଳି ଯାଇଛି। କେତେକ ଦୁର୍ବୃତ୍ତ ଏଟିଏମ ଲୁଟ୍ କରିବା ପାଇଁ ଉଦ୍ୟମ କରୁଥିବା ବେଳେ ଏଟିଏମଟି ଜଳିଯାଇଥିିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।
ତେବେ ଏଟିଏମ ଲୁଟ୍ ହୋଇଛି କିମ୍ବା ନାହିଁ ତାହା ଜଣାପଡ଼ି ନାହିଁ। ପୁଲିସ ଘଟଣାର ତଦନ୍ତ ଚଳାଇଥିବା ବେଳେ ବ୍ୟାଙ୍କ କର୍ତ୍ତୃପକ୍ଷ ଆସି ଯାଞ୍ଚ କରିବା ପରେ ଲୁଟ୍ ସମ୍ପର୍କରେ ସବିଶେଷ ତଥ୍ୟ ମିଳି ପାରିବ ବୋଲି କୁହାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/ATM_Rourkela_1.jpg)