ନୂଆପଡ଼ା : ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ କୁରେଶ୍ଵର ଗ୍ରାମ ପଞ୍ଚାୟତରେ ଏକ ଏଟିଏମ ଠକେଇ ଘଟଣା ସାମନାକୁ ଆସିଛି । ଦୁଇଜଣ ବ୍ୟକ୍ତି ବିଭିନ୍ନ ଲୋକଙ୍କ ଏଟିଏମ କାର୍ଡକୁ ମାସ୍କିଂ କରି ପ୍ରାୟ ୬ ଲକ୍ଷରୁ ଅଧିକ ଟଙ୍କା ଉଠାଇ ନେଇଥିବାର ଅଭିଯୋଗ ହୋଇଛି ।
ଉଭୟ ବ୍ୟକ୍ତି କୁରେଶ୍ବରରେ ଥିବା ଥିବା ଦୁଇଟି ଏଟିଏମକୁ ୬୪ ଥର ବ୍ୟବହାର କରି ପ୍ରାୟ ୬ ଲକ୍ଷ ଟଙ୍କା ଉଠାଣ କରିଥିବା ଜଣାପଡିଅଛି । ଭେଳା ଗ୍ରାମର ଦେବାଶିଷ ଯୋଶୀଙ୍କ ଅଭିଯୋଗକୁ ଭିତ୍ତି କରି କୋମନା ପୁଲିସ ତଦନ୍ତ ଆରମ୍ଭ କରିଛି । ଏହି ଘଟଣାରେ ଦୁଇ ଅଭିଯୁକ୍ତ ହକ୍କୁ ଏବଂ ସକିଲ ଅହମ୍ମଦ ନାମକ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ହକ୍କୁ ହରିୟାଣାର ଲୋକ ହୋଇଥିବାବେଳେ ସକିଲ କୁରେଶ୍ଵର କଟାପଡା ଅଞ୍ଚଳର । ଉଭୟେ ସଂପର୍କରେ ଶଳା ଭିଣୋଇ ବୋଲି ଜଣାପଡ଼ିଛି ।
ଏହି ଘଟଣାରେ ୨୧ ଗୋଟି ଏଟିଏମ କାର୍ଡ଼, ପାସବୁକ, ନୂତନ ଲ୍ୟାପଟପ, ନଗଦ ୪ ଲକ୍ଷ ୨୨ ହଜାର ଟଙ୍କା, ଦୁଇଟି ମୋବାଇଲ, ପୋଷାକ ସହ ଫିଙ୍ଗର ପ୍ରିଣ୍ଟ ଜବତ କରିଛନ୍ତି । ଆଜି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।