ବାଲେଶ୍ଵର: ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ସିମୁଳିଆ ଷ୍ଟେଟବ୍ୟାଙ୍କ ଏଟିଏମକୁ ଭାଙ୍ଗି ଦୁର୍ବୃତ୍ତ ଚୋରି ଉଦ୍ୟମ କରିଥିଲେ। ଚୋରି ଉଦ୍ୟମ ବିଫଳ ହେବା ପରେ ଦୁର୍ବୃତ୍ତ ଘଟଣାସ୍ଥଳରେ ପ୍ରମାଣ ଛାଡି ଫେରାର ହୋଇଯାଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ଏସବିଆଇ ଏଟିଏମ ଭିତରକୁ ପ୍ରବେଶ କରି ଏଟିଏମ ମେସିନକୁ ଧାରୁଆ କଟର ସାହାଯ୍ୟରେ କାଟି ଏଟିଏମରୁ ପଇସା ନେବାକୁ ଚେଷ୍ଟା କରିଥିଲେ। କିନ୍ତୁ ଦୁର୍ବୃତ୍ତ ସେମାନଙ୍କ ଏହି ଉଦ୍ୟମରେ ସଫଳ ନହେବାରୁ ଘଟଣାସ୍ଥଳରେ ଧାରୁଆ ଅସ୍ତ୍ର ଛାଡ଼ି ଫେରାର ହୋଇଯାଇଥିଲେ। ଖବର ପାଇ ସିମୁଳିଆ ପୁଳିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।