ବେଗୁନିଆ: ଏଟିଏମ ତାଡ଼ି ଲୁଟ୍‌

ବେଗୁନିଆ: ଗତକାଲି ରାତିରେ ଖୋର୍ଦ୍ଧାରେ ଆଉ ଏକ ଏଟିଏମ ତାଡ଼ି ଦୁର୍ବୃତ୍ତମାନେ ଟଙ୍କା ଲୁଟି ନେଇଚନ୍ତି। ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅନ୍ତର୍ଗତ ତୁଲସୀପୁର ଛକ ବଜାରଠାରେ ଥିବା ଏକ ଏଟିଏମକୁ ଲୁଟ୍‌ ହୋଇଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ମିଳିଥିବା ସୂଚନାରୁ ପ୍ରକାଶ ଯେ, ଗତକାଲି ବିଳମ୍ବିତ ରାତିରେ କେକେ ଦୁର୍ବୃତ୍ତ ବେଗୁନିଆ ଥାନା ପୋଡ଼ାଡିହି ପଞ୍ଚାୟତର ତୁଲସୀପୁର ଛକ ବଜାର ଉପରେ ଥିବା ଏକ ଟାଟା ଇଣ୍ଡିକ୍ୟାସ ଏଟିଏମକୁ ତାଡ଼ି ଦେଥିବା ଆଜି ସକାଳେ ଜଣାପଡ଼ିଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ସହିତ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଏ ସମ୍ପର୍କରେ ଅବଗତ କରିଛନ୍ତି। ପ୍ରକାଶ ଥାଉକି ଗତ ସପ୍ତାହରେ ଖୋର୍ଦ୍ଧା ଥାନା ବାଘମାରୀ ବଜାର ଉପରେ ଥିବା ଏକ ଷ୍ଟେଟବ୍ୟାଙ୍କ ଏଟିଏମ ତାଡ଼ି ଦୁର୍ବୃତମାନେ ଲକ୍ଷାଧିକ ଟଙ୍କା ଲୁଟି ନେଇଥିଲେ। ସେହି ଘଟଣାରେ ମଧ୍ୟ ବର୍ତ୍ତମାନ ସୁଦ୍ଧା କାହାକୁ ଗିରଫ କରାଯାଇ ନ ଥିବାରୁ ଦୁର୍ବୃତ୍ତମାନେ ଉତ୍ସାହିତ ହୋଇ ଏପରି ଦ୍ୱିତୀୟ ଏଟିଏମ ଲୁଟ୍‌ କରିଥିବା ଚର୍ଚ୍ଚା ହଉଛି।

ସମ୍ବନ୍ଧିତ ଖବର