ପିପିଲି: ପୁରୀ ଜିଲ୍ଲା ପିପିଲି ଥାନା ଅନ୍ତର୍ଗତ ସାତଶଙ୍ଖ ବଜାର ଉପରେ ଥିବା ଏକ ଏସ ବି ଆଇର ଏଟିଏମକୁ ତାଡ଼ି ଦୁର୍ବୃତ୍ତମାନେ ଲୁଟ୍ କରିଛନ୍ତି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ମିଳିଥିବା ସୂଚନା ଅନୁଯାୟୀ, ଆଜି ଭୋର ଭୋରରୁ ସାତଶଙ୍ଖ ବଜାରରେ ଥିବା ଏସବିଆଇ ଏଟିଏମ ଭଙ୍ଗାଯାଇଥିବା ସ୍ଥାନୀୟ ଲୋକେ ଦେଖି ପୁଲିସକୁ ସୂଚନା ଦେଇଥିଲେ। ସାତଶଙ୍ଖ ଫାଣ୍ଡିର ଏଏସଆଇ ବିନୟଦାସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଦୁର୍ବୃତ୍ତମାନେ ଏଟିଏମ୍ଟିକୁ ତାଡ଼ି ଦେଇଥିଲେ ମଧ୍ୟ ସେମାନେ କେତେଟଙ୍କା ଲୁଟ୍ କରିଛନ୍ତି ତାହା ସ୍ପଷ୍ଟ ହୋଇ ନାହିଁ। ତେବେ ପୁଲିସ ଏହି ଏଟିଏମ ଲୁଟ୍ ସମ୍ପର୍କରେ ସ୍ଥାନୀୟ ଏସବିଆଇ କର୍ତ୍ତୃପକ୍ଷଙ୍କୁ ଅବଗତ କରିଛନ୍ତି। ସେମାନେ ଆସି ପହଞ୍ଚିବା ପରେ ଏଟିଏମ୍ରେ ଗତକାଲି ଲୁଟ୍ ହେଲାବେଳେ କେତେ ଟଙ୍କା ଥିଲା, ଦୁର୍ବୃତ୍ତମାନେ କେତେ ଟଙ୍କା ଲୁଟ୍ ନେଇଛନ୍ତି ତାହା ଜଣାପଡ଼ିବ ବୋଲିଏଏସଆଇ ଶ୍ରୀ ଦାସ କହିଛନ୍ତି।
ପିପିଲି : ସାତଶଙ୍ଖ ବଜାରରେ ଥିବା ଏଟିଏମ ତାଡ଼ି ଲୁଟ୍
/sambad/media/post_attachments/wp-content/uploads/2018/08/pipili.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)