ନୀଳଗିରି: ଗ୍ୟାସ କଟରରେ କାଟି ଏଟିଏମ ଲୁଟ୍‌

ନୀଳଗିରି: ଗତକାଲି ବିଳମ୍ବିତ ରାତିରେ କୋତେକ ଦୁର୍ବୃତ୍ତ ନୀଳଗିରି ଥାନା ଅନ୍ତର୍ଗତ ସନ୍ତରଗାଡ଼ିଆ ବଜାର ଉପରେ ଥିବାଏକ ଏଟିଏମକୁ ଭାଙ୍ଗି ଲୁଟ୍‌ କରିଛନ୍ତି। ଦୁର୍ବୃତ୍ତମାନେ ଗ୍ୟାସ କଟର ସହାୟତାରେ ଏଟିଏମ ମେସନକୁ କାଟି ସମସ୍ତ ଟଙ୍କା ଲୁଟି ନେଇଛନ୍ତି। ଆଜି ସକାଳେ ଦୋକାନିମାନେ ଏଟିଏମ ଲୁଟ୍‌ ହୋଇଥିିବା ଦେଖିବା ପରେ ଥାନାକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମାତ୍ର ଗତକାଲି ରବିବାର ଥିବାରୁ ଏଟିଏମରେ କେତେ ଟଙ୍କା ଥିଲା ତାହା ଜଣାପଡ଼ି ନାହିଁ। ବ୍ୟାଙ୍କ ଖୋଲିବା ପରେ ସବୁ କଥା ଜଣାପଡ଼ିବ ବୋଲି ପୁଇସ କହିଛି।

ସମ୍ବନ୍ଧିତ ଖବର