ସୁନ୍ଦରଗଡ଼: କାନ୍ଥ ଭାଙ୍ଗି ଏଟିଏମ ଲୁଟ କଲେ ଲୁଟେରା | ମିଳିଥିବା ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତିରେ ସୁନ୍ଦରଗଡ଼ ସଦର ଥାନା ମହୁଲପାଲିରେ ଘର କାନ୍ଥ ଭାଙ୍ଗି ହିଟାଚିର ଏଟିଏମରୁ ଟଙ୍କା ଲୁଟ୍ ହୋଇଛି। ଖବର ପାଇ ପୁଲିସ ଓ ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

Advertisment

ରାତିରେ ଦୁର୍ବୃତ୍ତମାନେ ଏଟିଏମ୍ ଥିବା କୋଠରିର ପଛପଟ କାନ୍ଥ ଭାଙ୍ଗି ଭିତରେ ପଶି ଗ୍ୟାସ କଟରରେ ଏଟିଏମ କାଟି ଟଙ୍କା ନେଇ ଯାଇଥିବା ଅଭିଯୋଗ ହୋଇଛି। ତେବେ କେତେ ଟଙ୍କା ଲୁଟ୍ ହୋଇଛି ତାହା ଜଣା ପଡିନାହିଁ।