ସ୍ଥାୟୀ ନିଯୁକ୍ତି ଦାବିରେ ଡାଲମିଆ ଭାରତ ସିମେଣ୍ଟ ଲିମିଟେଡର କର୍ମଚାରୀଙ୍କୁ ଆକ୍ରମଣ କଲେ ଗ୍ରାମବାସୀ

ରାଜଗାଙ୍ଗପୁର: ଆଜି ରାଜଗାଙ୍ଗପୁର ବ୍ଲକ ରୁମାବାହଲ ପଞ୍ଚାୟତ ଅନ୍ତର୍ଗତ ସିଆଲଟୋଲି ଗ୍ରାମରେ ଗ୍ରାମବାସୀଙ୍କ ଓ ସିଏଲ ବିରୋଧରେ ଉତେଜନା ଦେଖିବାକୁ ମିଳିଛି । ଲାଞ୍ଜିବାରନା ମାଇନ୍ସରୁ କନଭେୟର ବେଲ୍ଟ ଯୋଗେ ରାଜଗାଙ୍ଗପୁରରେ ଅବସ୍ଥିତ ଡାଲମିଆ ଭାରତ ସିମେଣ୍ଟ କାରଖାନାକୁ କଞ୍ଚାମାଲ ନିଆଯାଏ।

ଗ୍ରାମବାସୀମାନେ ସ୍ଥାନୀୟ ନିଯୁକ୍ତିକୁ ଦାବି କରି ଗତକାଲି ସନ୍ଧ୍ୟା ସମୟରେ ବେଲ୍ଟଟିକୁ କାଟିଦେଇଥିଲେ।ଆଜି କମ୍ପାନିର କର୍ମଚାରୀମାନେ ବେଲ୍ଟ ମରାମତି କାମ ପାଇଁ ଯାଇଥିଲେ। ସେଠାରେ ସ୍ଥାନୀୟ ଗ୍ରାମବାସୀମାନେ ସ୍ଥାୟୀ ନିଯୁକ୍ତି ନ ହେବାରୁ ଉତ୍ତେଜିତ ହୋଇ ଡେପୁଟି ଏକଜିକ୍ୟୁଟିଭି ଡ଼ାଇରେକ୍ଟର ସରୋଜ ରାଉତ, ସିନିୟର ମ୍ୟାନେଜର ଅଜିତ କୁମାର ପାଇରୀ ଓ ସୁରକ୍ଷାକର୍ମୀ ପ୍ରଭାକର ସିଂ ଙ୍କୁ ଆକ୍ରମଣ କରିଥିଲେ।

ଆହତ ହୋଇଥିବା କର୍ମଚାରୀଙ୍କୁ ଆମ୍ବୁଲାନ୍ସ ଯୋଗେ ରାଜଗାଙ୍ଗପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା। ଆହତମାନଙ୍କର ମୁଣ୍ଡ, ହାତ ,ପିଠିରେ ଆଘାତ ଲାଗିଥିବା ଜଣାପଡିଛି। ସେଠାରେ ସେମାନେ ଚିକିତ୍ସିତ ଅବସ୍ଥାରେ ଅଛନ୍ତି ଏବଂ ସେମାନଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବାର ଜଣାପଡ଼ିଛି। ବାରମ୍ବାର ସ୍ଥାୟୀ ନିଯୁକ୍ତି ଦାବି କରୁଥିଲେ ମଧ୍ୟ ଓ ସି ଏଲ କର୍ତ୍ତୃପକ୍ଷ ଏହାକୁ ଅଣଦେଖା କରୁଛନ୍ତି।

ସମ୍ବନ୍ଧିତ ଖବର