ପୁରୀ ବୁଲିବାକୁ ଆସିଥିବା ଭକ୍ତଙ୍କ ଠାରୁ ଲୁଟ କରିବା ପରେ ତଣ୍ଟି କାଟି ଦୁର୍ବୃତ୍ତ ଫେରାର

ପୁରୀ: ପୁରୀରେ ଦିନକୁ ଦିନ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡିବାରେ ଲାଗିଛି । ଗତକାଲି ଗୁଳିକାଣ୍ଡରେ ଜଣେ ଅପରାଧୀ ପ୍ରାଣ ହରାଇଥିଲା ବେଳେ ଆଜି ପୁଲିସ ୩ ଅପରାଧୀକୁ କାବୁ କରିଥିଲା। ବୁଧବାର ଅପରାହ୍ନରେ ଦୁର୍ବୃତ୍ତ ଭକ୍ତଙ୍କୁ ଲୁଟ କରିବା ପରେ ତାଙ୍କ ତଣ୍ଟି କାଟି ଫେରାର ହୋଇଯାଇଥିବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି।  ଦୁର୍ବୃତ୍ତଙ୍କ ଆକ୍ରମଣର ଶିକାର ହୋଇଥିବା ଭକ୍ତଙ୍କ ନାମ ପ୍ରମୋଦ ଜେନା, ସେ ବାଲେଶ୍ୱର ଅଞ୍ଚଳର ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ପ୍ରମୋଦ ଜେନା ପରିବାର ସହ ପୁରୀ ବୁଲିବାକୁ ଆସିଥିଲେ। ଏହି ସମୟରେ ଜଗନ୍ନାଥ ବଲ୍ଲଭ ପାର୍କିଂ ଭିତରେ ତାଙ୍କୁ କିଛି ଦୁର୍ବୃତ୍ତ ଲୁଟ କରିବା ପରେ ତଣ୍ଟି କାଟିଦେଇଥିଲେ । ଏହି ଘଟଣା ପରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ପୁରୀକୁ ସବୁବେଳେ ହଜାର ହଜାର ଲୋକ ଦର୍ଶନ ପାଇଁ ଆସିଥାନ୍ତି। ଏହି ସମୟରେ ଭକ୍ତଙ୍କୁ ଲୁଟ ପରେ ତଣ୍ଟି କାଟିବା ଘଟଣା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ସମ୍ବନ୍ଧିତ ଖବର