ଖୋର୍ଦ୍ଧା: ଦିବ୍ୟସିଂହପ୍ରସାଦ ଭାଗବତ ଟୁଙ୍ଗି ଠାରେ ଗୋଚାଲାଣକାରୀ ଓ ଗୋ ତସ୍କରୀ ଗ୍ରାମବାସୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏନେଇ ଗ୍ରାମବାସୀଙ୍କ ପକ୍ଷରୁ ଥାନାରେ ଏତଲା ଦିଆଯାଇଥିଲେ ମଧ୍ୟ ଏଯାଏଁ କୌଣସି ପଦକ୍ଷେପ ନିଆଯାଇନଥିବାରୁ ଗ୍ରାମବାସୀମାନେ ମାନେ ସାମୂହିକ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି ।
ଦିବ୍ୟସିଂହପୁର ଗ୍ରାମବାସୀମାନଙ୍କ ଅଭିଯୋଗ ଅନୁସାରେ, ଗତକାଲି ରାତିରେ ପର୍ଶୁରାମ ଜୟନ୍ତୀ ଅବସରରେ ଗାଁ ମୁଣ୍ଡରେ ଭାଗବତଟୁଙ୍ଗୀ ଠାରେ ବସି ଗାଁର ବୟୋଜ୍ୟେଷ୍ଠ ଓ ମହିଳାଙ୍କ ସହ ଗାଁର କେତେକ ଲୋକ ଭାଗବତ ପଢ଼ୁଥିଲେ । ଏହି ସମୟରେ କେରଙ୍ଗ ଓ ନିକଟ ଅଂଚଳର ଆକା ଖାଁ, ସାନୁ ଖାଁ, ଜଗୁ ଖାଁ ପ୍ରମୁଖଙ୍କ ୧୦-୧୨ ମୁସଲିମ ଯୁବକ ଆସି ସେମାନଙ୍କୁ ଗାଳିଗୁଲଜ କରିବା ସହ ମଦ ବୋତଲ ଭାଙ୍ଗି ମାରିଦେବାକୁ ଧମକ ଦେଇଥିଲେ । ଗ୍ରାମବାସୀଙ୍କ କହିବା କଥା ପୂର୍ବରୁ ସେହି ରାସ୍ତା ଦେଇ ଅନେକ ଥର ବେଆଇନ ଗୋ ଚାଲାଣ ହେଉଥିବାରୁ ଗ୍ରାମବାସୀ ଅଟକାଇ ପୁଲିସର ଜିମା ଦେଇଥିଲେ । ଏଥିରେ ସେମାନେ ଉତ୍କ୍ଷୀପ୍ତ ଥିଲେ । ଗତକାଲି ମଧ୍ୟ ସେମାନେ ଗୋଚାଲାଣ ପାଇଁ ଯୋଜନା କରୁଥିବା ବେଳେ ଭାଗବତ ଟୁଙ୍ଗୀ ଠାରେ ଲୋକଙ୍କ ଗହଳି ଯୋଗୁଁ ସେମାନେ ଏହା କରିପାରିନଥିଲେ । ଫଳରେ ଭୟ ଦେଖାଇ ସେମାନଙ୍କୁ ଘଉଡ଼ାଇବାକୁ ଚେଷ୍ଟା କରିଥିଲେ।
ଏଭଳି ଘଟଣା ନୁଆଁ ନୁହେଁ ଗତ ୧ ବର୍ଷ ମଧ୍ୟରେ ଦୁଇ-ତିନି ଥର ଏଭଳି ଘଟିଛି, ସେମାନେ ମଧ୍ୟ ଅସାମାଜିକ ବ୍ୟକ୍ତିଙ୍କ ସହ ଝଗଡ଼ାରୁ ଦୂରେଇ ରହିବା ଓ ଗାଁରେ ଶାନ୍ତିରକ୍ଷା କରିବା ଆଶାରେ ନିରବ ରହିଛନ୍ତି । ଏହା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଅତିଷ୍ଠ ହୋଇ ଗତକାଲି ରାତିରେ ସେମାନେ ଖୋର୍ଦ୍ଧା ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏଭଳି ଅସାମାଜିକ ବ୍ୟକ୍ତି ଓ ଗୋତସ୍ମରୀଙ୍କ ଠାରୁ ସେମାନଙ୍କୁ ସୁରକ୍ଷା ଦେବାକୁ ଦାବି କରିଛନ୍ତି । କିନ୍ତୁ ଏଯାଏଁ ଥାନା ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନାହିଁ । ଆକ୍ରମଣକାରୀ ମାନେ ଖୋଲାରେ ବୁଲୁଛନ୍ତି, ଯଦି ଆଗାମୀ ଦିନରେ କିଛି ଅପ୍ରିତୀକର ପରିସ୍ଥିତି ସୃଷ୍ଟି ହେବ ସେଥିପାଇଁ ପୁଲିସ-ପ୍ରଶାସନ ଦାୟି ରହିବ ବୋଲି ଗ୍ରାମବାସୀ କହିଛନ୍ତି। ଏନେଇ ଟାଉନ ଥାନାର ଭାରପ୍ରାପ୍ତ ଅଧିକାରୀ ତାରିକ ଅହମ୍ମଦ କହିଛନ୍ତି ଯେ ଘଟଣା ସମ୍ପର୍କରେ ପୁଲିସ ଅବଗତ ଅଛି । ଘଟଣାଟି ସାମାନ୍ୟ ଦୁଇ ଗୋଷ୍ଠୀ ମଧ୍ୟରେ ପାଟିତୁଣ୍ଡ ହୋଇଛି । ଏନେଇ କୌଣସି ବିଧିବଦ୍ଧ ଭାବେ ଏତଲା ଦାଏର ହୋଇନାହିଁ ।