ଜୟପୁର: ସରୋଜିନୀ ଭବନ ଅଂଚଳରେ ଥିବା ଏକ ବିଦେଶୀ ମଦ ଦୋକାନର ଫଟୋ ଉଠାଉଥିବା ବେଳେ ଜଣେ ସାମ୍ବାଦିକଙ୍କୁ ଦୋକାନର କର୍ମଚାରୀମାନେ ମାଡ଼ ମାରିଥିବା ଟାଉନ ଥାନାରେ ଅଭିଯୋଗ ହୋଇଛି। ଏହି ଅଭିଯୋଗକୁ ଭିତ୍ତି କରି ପୁଲିସ ମାମଲା ରୁଜୁ କରିଥିବା ସୂଚନା ମିଳିଛି।
ଏହି ଘଟଣାକୁ ନେଇ ସାମ୍ବାଦିକ ମହଲରେ ତୀବ୍ର ନିନ୍ଦା ପ୍ରକାଶ କରାଯାଇଛି। ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କୁ ଏଭଳି ଆକ୍ରମଣ କରିବା ଠିକ୍ ନୁହେଁ ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/09/police.jpg)