ସାମ୍ବାଦିକଙ୍କୁ ଆକ୍ରମଣ ପ୍ରତିବାଦରେ ରାଜ୍ୟପାଳଙ୍କୁ ସ୍ମାରକପତ୍ର 

ଖୋର୍ଦ୍ଧା : ରାଜ୍ୟରେ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧିଙ୍କୁ ବିଭିନ୍ନ ସମୟରେ ଆକ୍ରମଣ ଓ ମାମଲା ଉପରେ ପୁଲିସର ନିଷ୍କ୍ରିୟତା ପ୍ରତିବାଦରେ ଆଜି ଖୋର୍ଦ୍ଧା ଜିଲ୍ଲା ସାମ୍ବାଦିକଙ୍କ ପକ୍ଷରୁ ରାଜ୍ୟପାଳଙ୍କ ଉଦେ୍ଦଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବିପତ୍ର ଦିଆଯାଇଛି ।

ଆଜି ଓୟୁଡବ୍ଲୁଜେର କର୍ମକର୍ତାମାନେ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ସରୋଜ ପାଢ଼ୀଙ୍କୁ ଭେଟି ଏକ ଦାବିପତ୍ର ଦେଇଛନ୍ତି । ଦାବିପତ୍ରରେ ଉଲ୍ଲେଖ କରିଛନ୍ତି ଯେ ନୟାଗଡ଼ ଜିଲ୍ଲାରେ ଗତ ୨୫ ତାରିଖରେ ବେଆଇନ ମଦ କାରବାର ସମ୍ପର୍କରେ ଖବର ସଂଗ୍ରହ କରିବାକୁ ଯାଇଥିବା ଦୁଇ ଜଣ ସାମ୍ବାଦିକ ବୈଦ୍ୟଭୂଷଣ ମହାପାତ୍ର ଓ ଲୋକନାଥ ମିଶ୍ରଙ୍କୁ ଅବକାରୀ ଏସ୍ଆଇ ଧନଂଜୟ ପାତ୍ର ଆକ୍ରମଣ କରିଥିଲେ । ଏଯାଏଁ ଉକ୍ତ ଅଧିକାରୀଙ୍କ ବିରୋଧରେ ପଦକ୍ଷେପ ଗ୍ରହଣ କରିବାତ ଦୂରରେ ଥାଉ ମାମଲାକୁ ଚପାଇଦେବାକୁ ପ୍ରଶାସନ ଉଦ୍ୟମ କରୁଛି । ଏଣୁ ସାମ୍ବାଦିକଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ କରିବା ସହ ସାମ୍ବାଦିକଙ୍କ ସୁରକ୍ଷା ପାଇଁ ବିଧିବଦ୍ଧ ବ୍ୟବସ୍ଥା କରାଯାଉ ।
ଆଜିର ଏହି ସ୍ମାରକପତ୍ର ପ୍ରଦାନ କାର୍ଯ୍ୟକ୍ରମରେ ସଂଘର ପ୍ରକାଶ ହାତି, ପ୍ରବୀଣ ଭଂଜଙ୍କ ସହ ୫ ଜଣିଆ ପ୍ରତିନିଧି ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର