ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା କମ୍ପସଲା ପଞ୍ଚାୟତ କଇଁଛପଦା ଗ୍ରାମରେ ଜଣେ ଫେରିବାଲାଙ୍କୁ ଭୁଜାଲିରେ ଆକ୍ରମଣ କରି ୧୫୦୦ ଟଙ୍କା ଲୁଟିନେଇ ଅଭିଯୁକ୍ତ ଫେରାର। ଆଜି ମଧ୍ୟାହ୍ନ ୧୧ ଟା ସମୟରେ ପଶ୍ଚିମବଙ୍ଗ ରାଜ୍ୟ ମେଦୀନପୁର ଅଞ୍ଚଳର ମୋତିଲାଲ ଜେନା (୪୭) ଗାଁଗାଁରେ ଲୁନାରେ ବୁଲି ଚୁଡ଼ି, ମାଳି, ଟିକିଲି, ବିକିବାକୁ ବୁଲୁଥିଲେ। ଦେବଗଡ଼ ଜିଲ୍ଲା ପରା ଗ୍ରାମରୁ ଅନୁଗୁଳ ଜିଲ୍ଲା କଇଁଛପଦା ଗ୍ରାମକୁ ଯିବା ପୂର୍ବରୁ ଗାଁ ମୁଣ୍ଡରେ ଏକ ଗଛ ମୂଳେ ଟିଫିନରେ ଆଣିଥିବା ଖାଦ୍ୟ ଖାଉଥିଲେ।
ଖାଇ ସାରି ବାସନ ସଫା କରୁଥିବା ସମୟରେ ପରା ଗ୍ରାମରୁ ପିଛା କରି ବାଇକରେ ଦୁଇଜଣ ଦୃବୁତ୍ତ ପହଞ୍ଚି ବେକରେ ଭୁଜାଲି ଲଗେଇ ୧୫୦୦ ଟଙ୍କା ଛଡେଇ ନେଇଥିଲେ। ପ୍ରତିବାଦ କରିବାକୁ ଉଦ୍ୟମ କରୁଥିବାବେଳେ ଆକ୍ରମଣକାରୀ ଫେରାର ହୋଇଛନ୍ତି। ସ୍ଥାନୀୟ ଗ୍ରାମବାସୀ ଗୁରୁତର ଅବସ୍ଥାରେ ମୋତିଲାଲଙ୍କୁ ଛେଣ୍ଡିପଦା ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରିବା ପରେ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/03/attack.jpg)