ଆଦିବାସୀ ପରିବାରଙ୍କ ଉପରେ ମରଣାନ୍ତକ ଆକ୍ରମଣ

କୁଆମ୍ବା ବିଦ୍ୟାଳୟରେ ଆଶ୍ରୟ ନେଇଛନ୍ତି ପୀଡ଼ିତ ପରିବାର

ଚନ୍ଦାହାଣ୍ଡି: ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ୍ ଅଧୀନସ୍ଥ କୁହୁଡ଼ି ସୀମାକୁ ଲାଗି ରହିଥିବା କଳାହାଣ୍ଡି ବାନାଞ୍ଚଳ ସୀମାରେ କଳାହାଣ୍ଡି ଜିଲ୍ଲା ଆମପାଣି ଥାନା ଅଧିନସ୍ଥ ଗୋତୋମୁଣ୍ଡା ଗ୍ରାମର କିଛି ବ୍ୟକ୍ତି ମାରଣାସ୍ତ୍ର ଧରି ସଂଘବଦ୍ଧ ଭାବେ ଆକ୍ରମଣ କରିଥିବା ଜଣାପଡିଛି। ଆକ୍ରମଣ ଶିକାର ସମସ୍ତ ପୀଡ଼ିତ ପରିବାର ଚନ୍ଦାହାଣ୍ଡି ବ୍ଲକ୍ କୁହୁଡ଼ି ପଞ୍ଚାୟତ ର କୁଆମ୍ବା ପ୍ରାଥମିକ ବିଦ୍ୟାଳୟ ରେ ଆଶ୍ରୟ ନେଇଥିବା ବେଳେ ଆଉ କିଛି ପୀଡ଼ିତ ଜଙ୍ଗଲ ମଧ୍ୟରେ ପଲିଥିନ୍ ଟାଣି ବର୍ଷା ରେ ବହୁ କଷ୍ଟରେ ଆଶ୍ରୟ ନେଇ ଥିବା ଦେଖିବାକୁ ମିଳିଛି।

ପୀଡ଼ିତ ପରିବାରକୁ ଆଜି କଂଗ୍ରେସ ନେତା କ୍ଷେମରାଜ ବାଘ ଓ ହୂମେଶ୍ଵର ହଂସ ଭେଟିବା ସହ ପୀଡ଼ିତ ପରିବାର ବର୍ଗଙ୍କୁ ନ୍ୟାୟ ଦାବି କରିଛନ୍ତି। ଅନ୍ୟପକ୍ଷରେ ଚନ୍ଦାହାଣ୍ଡି ବ୍ଲକ୍ ବିଡ଼ିଓ ଧର୍ମରାଜ୍ ମାଝୀ ପହଞ୍ଚି ପୀଡ଼ିତ ପରିବାରଙ୍କୁ ରିଲିଫର ବ୍ୟବସ୍ଥା କରିବାକୁ ପଞ୍ଚାୟତ କର୍ତ୍ତୃପକ୍ଷକୁ ନିର୍ଦ୍ଦେଶ ଦେଇଛନ୍ତି।ବିବରଣୀ ପ୍ରକାଶ ଯେ ଝରିଗାଁ ବ୍ଲକ୍ ରମାସା, ପାଲିଆ ଆଦି ଗ୍ରାମର ୪୦ ଜଣ ପରିବାର ଝରିଗାଁ ଓ ଚନ୍ଦାହାଣ୍ଡି ସୀମାନ୍ତ ଅଞ୍ଚଳ କଳାହାଣ୍ଡି ଜିଲ୍ଲା ସାହାଜଖୋଲ ଅଞ୍ଚଳ ଜଙ୍ଗଲ ରେ ବସବାସ କରୁଥିଲେ।ତେବେ ଗତ ୩୦ ତାରିଖ ଦିନ ଗୋତୋମୁଣ୍ଡା ଗ୍ରାମର ହେମନ୍ତ ମାଝୀଙ୍କ ନେତୃତ୍ୱରେ ଶତାଧିକ ବ୍ୟକ୍ତି ମାରଣାସ୍ତ୍ର ଧରି ସଂଘବଦ୍ଧ ଭାବେ ଆକ୍ରମଣ କରି ଜଙ୍ଗଲ ମଧ୍ୟରେ ଥିବା ଭତାପାଣି ଓ ଡୁମେରପାଣି ଗ୍ରାମ ର ଲୋକ ମାନଙ୍କ ଉପରେ ଆକ୍ରମଣ କରି ସମସ୍ତ ଘର କୁଡିଆକୁ ଭାଙ୍ଗି ଦେବା ସହ ଛୁରୀ କାତୀରେ ଆକ୍ରମଣ କରିବାସହ ସାର ବିହନ ଓ ବିଭିନ୍ନ ଜରୁରୀ କାଗଜ ପତ୍ରକୁ ଚିରି ଫିଙ୍ଗି ଦେବାସହ ପଇସା ସୁନା ଆଦି ଲୁଟ୍ କରି ନେଇ ଗଲେ ।

ଏଥି ସହ ଏହି ଦୁଇଟି ସାହିର ଲୋକ ମାନଙ୍କ ଗୃହ ପାଳିତ ପଶୁ ଛେଳି ମେଣ୍ଢାକୁ ମଧ୍ୟ ହତ୍ୟା କଲେ ଓ ଗ୍ରାମବାସୀମାନେ ବ୍ୟବହାର କରୁଥିବା ପାଣି କୁଅ ରେ ପରିସ୍ରା କରିବା ସହ ବିଷ ମଧ୍ୟ ପକାଇଲେ ଏବଂ ଜାଗା ଛାଡ଼ି ଚାଲି ନ ଗଲେ ଜୀବନ ମାରିଦେବାକୁ ଧମକ ଦେଲେ।ଏହା ପରେ କୌଣସି ପ୍ରକାରେ ଖବର ପାଇ ସାମାଜିକ କର୍ମୀ କେଶବ ନାୟକ,ସରୋଜ ମାଝୀ,ପୁଲିଂ ପାତ୍ର ଉଦ୍ଧାର କରି କୁଆମ୍ବା ବିଦ୍ୟାଳୟକୁ ଆଣି ଏହି ପୀଡ଼ିତ ପରିବାରକୁ ଆଶ୍ରୟ ଦେଇଛନ୍ତି।ଏ ସଂପର୍କ ରେ ପୀଡ଼ିତ ପରିବାରଙ୍କ ତରଫରୁ ଆମପାନି ଥାନା ରେ ଲିଖିତ ଏତଲା ଦିଆଯାଇଛି।

ସମ୍ବନ୍ଧିତ ଖବର