ନୀଳଗିରି: ନୀଳଗିରି ବ୍ଲକ କାଂଶ ପଞ୍ଚାୟତ ସଂଗ୍ରାମପୁର ଗ୍ରାମରେ ମନରେଗା କାମ ହେଉଥିଲା। ୪୦ ଜଣରୁ ଅଧିକ ଜବ୍‌କାର୍ଡଧାରୀ ଶ୍ରମିକ ବୈଷ୍ଟିମଗଡ଼ିଆରୁ ମାଟି ଉଠାଇ ନିକଟସ୍ଥ ସରସ୍ବତୀ ମଣ୍ଡପରେ ପକାଉଥିଲେ। ତେବେ ଆଜି ଗ୍ରାମର କିଛି ଦୁର୍ବୃତ୍ତ କାମ ବନ୍ଦ କରିବାକୁ କହି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ।

Advertisment

ଏପରିକି ଠେଙ୍ଗାବାଡ଼ି ଓ ମାରଣାସ୍ତ୍ର ଧରି ଶ୍ରମିକମାନଙ୍କୁ ଆକ୍ରମଣ କରିଥିଲେ। ଆକ୍ରମଣକାରୀଙ୍କୁ ସରପଞ୍ଚ ଓ ଜିଆର୍‌ଏସ୍‌ ଅଟକାଇବାକୁ ଚେଷ୍ଟା କରିବାରୁ ସେମାନଙ୍କୁ ମଧ୍ୟ ଦୁର୍ବୃତ୍ତମାନେ ଗାଳିଗୁଲଜ କରିଥିଲେ। କାର୍ଯ୍ୟାନୁଷ୍ଠାନ ଦାବି କରି କାଂଶ ସରପଞ୍ଚଙ୍କ ସହ ଶ୍ରମିକମାନେ ନୀଳଗିରି ଥାନାରେ ଅଭିଯୋଗ କରିବା ସହ ବ୍ଲକ୍‌ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ପୁଲିସ ଘଟଣାର ତଦନ୍ତ ଜାରି ରଖିଥିବା ବ‌େଳେ ବିଡିଓ ରାହୁଲ ମଣ୍ଡଳ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଫଳରେ ଶ୍ରମିକମାନେ ଧାରଣାରୁ ଉଠିଯାଇଥିବା ଜଣାପଡ଼ିଛି।