ନୀଳଗିରି: ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା ଅଧିନ ମିତ୍ରପୁର କଲ୍ୟାଣି ଗ୍ରାମର କାଳିପ୍ରସାଦ ନାୟକ ଓ ତାଙ୍କ ପୁଅ ଜ୍ୟୋତିର୍ମୟ ସହିତ ମିତ୍ରପୁର ଅଞ୍ଚଳର କାଳିଆ ନାମକ ଯୁବକଙ୍କର ଜମିଜମାକୁ ନେଇ କଥା କଟାକଟି ହୋଇଥିଲା। ଉକ୍ତ ଘଟଣା ଉଗ୍ରରୂପ ନେଇଥିଲା। ପରେ କାଳିଆ ତାଙ୍କର ଭାଇ ଅମ୍ବିକା ପ୍ରାସାଦ ନାୟକଙ୍କ ସହ ୧୫/୨୦ଜଣ ଯୁବକ ମାରଣାସ୍ତ୍ର ଧରି ବାପ ପୁଅଙ୍କୁ ଆକ୍ରମଣ କରିଥିଲେ।
ଫଳରେ କାଳିପଦଙ୍କ ମୁଣ୍ଡରେ ଗଭୀର କ୍ଷତ ହୋଇଥିଲାବେଳେ ପୁଅ ଜ୍ୟୋତିମୟ ଆହତ ହୋଇଛନ୍ତି। ଉକ୍ତ ରାସ୍ତା ଦେଇ ଆସୁଥିବା କଲ୍ୟାଣି ଗ୍ରାମର ଟ୍ରକ ହେଲପର ହରିଶ୍ଚନ୍ଦ୍ର ମଲ୍ଲିକ(୪୦) ନାମକ ଯୁବକ ଭିଡ଼ ପାଇଁ ଟ୍ରକରୁ ଓହ୍ଲାଇ ଗାଡି ସାଇଡ ପାଇଁ ଚେଷ୍ଟା କରୁଥିବାବେଳେ ତାଙ୍କୁ ମଧ୍ୟ ମରଣାନ୍ତକ ଆକ୍ରମଣ ହୋଇଥିଲା।
ଖବର ପାଇ ନୀଳଗିରି ପୁଲିସ ଘଟଣାସ୍ଥଳରେ ପହଞ୍ଚି କାଳୀପଦ, ହରିଶ୍ଚନ୍ଦ୍ର ଦୁଇ ଗୁରୁତର ବ୍ୟକ୍ତିଙ୍କୁ ନୀଳଗିରି ହସ୍ପିଟାଲକୁ ଆଣି ଚିକିତ୍ସା କରିଥିବା ବେଳେ କାଳିପଦଙ୍କ ପୁଅ ଜ୍ୟୋତିର୍ମୟଙ୍କୁ ପୁଲିସ ଅଟକ ରଖି ତଦନ୍ତ କରୁଥିବା ଜଣାପଡିଛି। ପୁଲିସ ପହଁଚିବା ପୂର୍ବରୁ ଘଟଣାସ୍ଥଳରୁ ଅମ୍ବିକା ପ୍ରାସାଦ ଓ ତାଙ୍କ ସହ ଆସିଥିବା ଅଭିଯୁକ୍ତମାନେ ଛୁ ମାରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/4b48634f-6f93-424a-bfb6-baecec91a086.jpg)