ରାଉରକେଲା: ରାଉରକେଲା ଟ୍ରାଫିକ ଗେଟ ମାର୍କେଟ ଛାତ ଉପରେ ଶୋଇଥିବାବେଳେ ଦୁଇ ସାଙ୍ଗଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଏହି ଆକ୍ରମଣରେ ଜଣଙ୍କ ମୃତ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ମୃତକଙ୍କ ନାମ ସାଗର ରାୟ(୨୩)ବୋଲି ଜଣାପଡ଼ିଥିବା ବେଳେ ଗୁରୁତର ଆହତ ହେଉଛନ୍ତି ପ୍ରକାଶ ସେଠି(୨୦)। ଗୁରୁତର ପ୍ରକାଶଙ୍କୁ ଉଦ୍ଧାର କରି ଅରଜିଏଚରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଉଭୟେ ମହତାବ ରୋଡ ଗଞ୍ଜାମ ବସ୍ତିର ବୋଲି ଜଣାପଡ଼ିଛି।
ସୂଚନାଯୋଗ୍ୟ, ପ୍ରତିଦିନ ଭଳି ଗତକାଲି ମଧ୍ୟ ଦୁଇ ସାଙ୍ଗ ସାଗର ରାୟ ଓ ପ୍ରକାଶ ସେଠି ଟ୍ରାଫିକ ଗେଟ ମାର୍କେଟ କମ୍ପ୍ଲେକ୍ସ ଛାତ ଉପରେ ଶୋଇଥିଲେ। ରାତି ପ୍ରାୟ ୧ ଟା ରୁ ୨ଟା ଭିତରେ ୭/୮ଜଣ ଯୁବକ ଆସି କାଠ ଫାଳିଆରେ ନିର୍ଧୁମ ମାଡ଼ ମାରିଥିବା ମୃତକ ସାଗର ରାୟ ଓ ଗୁରୁତର ପ୍ରକାଶଙ୍କ ପରିବାର ସଦସ୍ୟ ଅଭିଯୋଗ କରିଛନ୍ତି। ହତ୍ୟାର କାରଣ ସ୍ପଷ୍ଟ ହୋଇନାହିଁ। ଘଟଣା ସମ୍ପର୍କରେ ଖବର ପାଇ ପ୍ଲାଣ୍ଟସାଇଟ ପୁଲିସ ତଦନ୍ତ ଜାରି ରଖିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/95b888dc-638b-49af-a71c-e1e0dd5916f8.jpg)