କଣ୍ଟାବାଞ୍ଜି: ଶୋଇଥିବା ଶ୍ବଶୁରଙ୍କ ଗଳାକାଟି ହତ୍ୟା ଉଦ୍ୟମ କରିଥିବା ଅଭିଯୋଗରେ ଜ୍ବାଇଁକୁ ଅଟକ ରଖିଛି ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ପୁଲିସ। ସୌଭାଗ୍ୟବଶତଃ ଶ୍ବଶୁର ଅଳ୍ପକେ ରକ୍ଷା ପାଇଯାଇଛନ୍ତି। ପୁଲିସର ସୂଚନା ଅନୁସାରେ, ତୁରେକେଲା ତଳିପଡ଼ାର ଇନ୍ଦ୍ର ନାଗ ଗୁରୁବାର ରାତିରେ ନିଜ ଘରେ ଶୋଇଥିଲେ। ରାତି ପ୍ରାୟ ୧୧ଟା ସମୟରେ ତାଙ୍କ ଜ୍ୱାଇଁ ସୁବାସ ଭୋଇ ଆସି ଏକ ଧାରୁଆ ଅସ୍ତ୍ରରେ ତାଙ୍କୁ ଆକ୍ରମଣ କରିଥିଲା।

Advertisment

ଏଥିରେ ଇନ୍ଦ୍ରଙ୍କ ଗଳାର ଚମଡ଼ା କଟିଯାଇଥିଲା। ଘଟଣା ପରେ ଇନ୍ଦ୍ର ତୁରେକେଲା ଡାକ୍ତରଖାନାରେ ରାତିରେ ହିଁ ପ୍ରାଥମିକ ଚିକିତ୍ସା କରାଇ ଘରକୁ ଫେରିଥିଲେ। ଜ୍ବାଇଁ ସୁବାସ ତାଙ୍କୁ ହତ୍ୟା ଉଦ୍ୟମ କରିଥିବା ନେଇ ଇନ୍ଦ୍ର ତୁରେକେଲା ଥାନାରେ ଅଭିଯୋଗ କରିଥିଲେ। ଏସ୍‌ଆଇ ତରସିଲା ବର୍ଲା ଏହାର ତଦନ୍ତ କରି ଅଭିଯୁକ୍ତ ଜ୍ୱାଇଁ ସୁବାସକୁ ଥାନାରେ ଅଟକ ରଖି ପଚରାଉଚରା କରୁଥିବା କହିଛନ୍ତି।