ବସ୍ତା୨: ବସ୍ତା ଥାନା ଅମର୍ଦ୍ଦାରୋଡ ସିଦ୍ଧେଶ୍ୱର କଲେଜ ବିଜେଡି ସଭାପତି, ଅଣଛାତ୍ର ଓ ସ୍ଥାନୀୟ ଲୋକ ପଶି ଅଧ୍ୟାପକଙ୍କୁ ମାଡ଼ ମାରିବା ନେଇ ବସ୍ତା ଥାନାରେ ଲିଖିତ ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ସିଦ୍ଧେଶ୍ଵର କଲେଜ ରେ ଗତ ୧୩ ତାରିଖରେ  ଦିନ ଜଣେ ପିଅନଙ୍କ ସହିତ ଭାରାପ୍ରାପ୍ର ପ୍ରିନ୍ସିପାଲଙ୍କ ସହିତ ସାଧାରଣ କଥାକୁ ନେଇ ହାତା ହାତୀ ହୋଇଥିଲା। କଲେଜ ପ୍ରିନ୍ସିପାଲ ଦୁଇଦିନ ସରକାରୀ କାର୍ଯ୍ୟରେ ଭୁବନେଶ୍ୱର ଯାଇଥିବା ବେଳେ ସେ ଆସିଲେ ଉପୁଜିଥିବା ଗୋଣ୍ଡଗୋଳ ସମାଧାନ କରାଯିବାକୁ ନିଷ୍ପତି ହୋଇଥିଲା। କଲେଜ ଅଧ୍ୟକ୍ଷ ଡଃ. ଅକ୍ଷୟ ପରିଡ଼ା ନିଜ କାର୍ଯ୍ୟରେ ଯୋଗଦାନ କରିଥିଲେ। ମାତ୍ର ସ୍ଥାନୀୟ ନଟାକଟା ପଞ୍ଚାୟତ ବିଜେଡି ସଭାପତି ଅଣ ଛାତ୍ର ଓ ବୁଦ୍ଧିଜୀବୀ କଲେଜର ଜଣେ ଜୁନିଅର ଅଧ୍ୟାପକ ଅମର୍ଦ୍ଦାରୋଡ ଅଞ୍ଚଳ ଲୋକଙ୍କୁ ଗାଳି କରିଥିବା ଅଭିଯୋଗ ନେଇ କଲେଜକୁ ଆସିଥିଲେ। ପ୍ରିନ୍ସିପାଲ୍ ଏହି ଘଟଣାକୁ ନେଇ ଆଲୋଚନା କରୁଥିବା ବେଳେ ଇଂରାଜୀ ଅଧ୍ୟାପକ ସିଦ୍ଧାର୍ଥ ବରାଳ ଅଞ୍ଚଳବାସୀଙ୍କ କୌଣସି ମାନସମ୍ମାନ ହାନି ହେଲାଭଳି ମନ୍ତବ୍ୟ ଦେଇନଥିବା ପ୍ରକାଶ କରିଥିଲେ।
Advertisment
ମାତ୍ର ଏହି ଘଟଣା ସଂପର୍କରେ ପ୍ରିନ୍ସିପାଲ ଅଧ୍ୟାପକଙ୍କ ଶ୍ରୀ ବରାଳ ଓ ପୂର୍ବତନ ଜି ବି ସଦସ୍ୟ ରବୀନ୍ଦ୍ର ପଣ୍ଡାଙ୍କ ସହିତ ଆଲୋଚନା ପାଇଁ ପରୀକ୍ଷା ହଲ ଭିତରେ କଥା ହେଉଥିବା ସମୟରେ ସମୀର ଚାନ୍ଦ, ଗଣେଶ ଚାନ୍ଦ, କାର୍ତ୍ତିକ ସେନାପତି, ଦିପୁ ସାହୁ, ଶମ୍ଭୁନାଥ ସେଠୀ, ସୁମନ୍ତ ବାରିକ, ଦିନବନ୍ଧୁ ସେଠୀ, ଦିଲ୍ଲୀପ ପ୍ରଧାନ, ବିକ୍ରମ ପାତ୍ର, ବିଜେଡି ସଭାପତି ପ୍ରଦୀପ ବେହେରା ପ୍ରମୁଖ ଉକ୍ତ ହଲକୁ ପ୍ରବେଶ କରିଥିଲେ। ପରେ ଅଞ୍ଚଳବାସୀ ଅଧ୍ୟାପକ ଶ୍ରୀ ବାରାଳଙ୍କୁ ଗାଳି ଗୁଲଜ କରିଥିଲେ। ଏହି ଘଟଣାର ପ୍ରମାଣ ପାଇଁ ଶ୍ରୀ ବରାଳ ନିଜ ମୋବାଇଲ ରେ ରେକଡ୍ କରୁଥିବା ବେଳେ ସଂପୃକ୍ତ ବ୍ୟକ୍ତି ମାନେ ତାଙ୍କୁ ଆକ୍ରମଣ କରିଥିବା ବେଳେ ତାଙ୍କୁ ଅନ୍ୟତ୍ର ବଦଳି ଓ କଲେଜରୁ ବାହାରିଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ଶ୍ରୀ ବରାଳ ବସ୍ତା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହି ଘଟଣାରେ ପରୀକ୍ଷା ହଲର କବାଟ ଭାଙ୍ଗିବା ସହିତ ଅଭିଯୋଗ ସମ୍ପର୍କରେ କଲେଜ ଶିଶି ଟିଭି ଯାଞ୍ଚ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କଲେଜ ପ୍ରିନ୍ସିପାଲ୍ ଥାନାକୁ ଚିଠି ଲେଖୁଥିବା ଜଣାଯାଇଛି। ପୁଲିସ ଉକ୍ତ ଘଟଣାର ତଦନ୍ତ ଚଳାଇଥିବା ବସ୍ତା ଥାନା ଅଧିକାରୀ ଗୋବିନ୍ଦ ଚନ୍ଦ୍ର ବେହେରା ପ୍ରକାଶ କରିଛନ୍ତି।