ଢେଙ୍କାନାଳ:ଢେଙ୍କାନାଳ ସହରର ଅନ୍ୟତମ ପ୍ରତିଷ୍ଠିତ ଗହଣା ସୋ’ରୁମ୍ ବିମଳା ଜୁଏଲାରୀରୁ ଚୋରି ଉଦ୍ୟମ ହୋଇଛି। ଗତକାଲି ରାତିରେ ଦୁର୍ବୃତ୍ତମାନେ ଲକ୍ଷ୍ମୀବଜାରସ୍ଥିତ ଜୁଏଲାରୀ ସୋ’ ରୁମ୍ର କାନ୍ଥ ଖୋଳି ଭିତରକୁ ପଶିଥିଲେ ମଧ୍ୟ କୌଣସି ଜିନିଷ ନେଇ ପାରିନାହାନ୍ତି। ଆଜି ସକାଳ ସାଢେ ୯ଟାରେ ଦୋକାନ ଖୋଲାଯିବା ବେଳେ ଜୁଏଲାରୀ ମାଲିକଙ୍କ ପୁଅ ରାହୁଲ ସୋନୀ ଏବଂ କର୍ମଚାରୀମାନେ ଦୋକାନ ପଛପାଖ କାନ୍ଥ ଖୋଳା ଯାଇଥିବା ଦେଖିବାକୁ ପାଇଥିଲେ। ଖବର ପାଇ ପୁଲିସ୍ ଏବଂ ଫରେନ୍ସିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲା। ଦୋକାନ କାନ୍ଥ ଖୋଳି ଦୁର୍ବୃତ୍ତମାନେ ଭିତରେ ପଶିଥିଲେ ମଧ୍ୟ କିଛି ନେଇ ପାରିନଥିବା ଦୋକାନ ମାଲିକଙ୍କ ପୁଅ ରାହୁଲ ପ୍ରକାଶ କରିଛନ୍ତି। ସୋ’ରୁମ୍ର ସ୍ୱତ୍ୱଧିକାରୀ ଜୟରାମ ସୋନୀ ଏ ସଂପର୍କରେ ଟାଉନ୍ ଥାନାରେ ଏତଲା ଦେଇଥିବା ଜଣାପଡିଛି।