ପାଇକମାଳ: ସେଣ୍ଟ୍ରାଲ କଲଚର ରିସର୍ଚ୍ଚ ଏଣ୍ଡ ଟ୍ରେନିଂ (ସିସିଆର୍ଟି) ପକ୍ଷରୁ ଆୟୋଜିତ ସମ୍ବଲପୁରୀ ଢୋଲ, ନିଶାନ ବାଦ୍ୟ ପ୍ରତିଯୋଗିତାରେ ପାଇକମାଳ ବ୍ଲକ୍ ଜାମସେଠ ଗ୍ରାମର ୧୫ ବର୍ଷ ବାଳକ ଅରବିନ୍ଦ ପାତ୍ର କୃତକାର୍ଯ୍ୟ ହୋଇଛନ୍ତି। ଢୋଲ, ନିଶାନ ବାଦକ ଗୁରୁ ସୁରେନ୍ଦ୍ର ସାହୁ ଓ ରମେଶ ଗୁର୍ଲାଙ୍କ ନିର୍ଦେଶନାରେ ଶିକ୍ଷାଲାଭ କରି ଅନଲାଇନରେ ପରୀକ୍ଷା ଦେଇ ସେ କୃତକାର୍ଯ୍ୟ ହୋଇଥିଲେ।
ପିଲାବେଳୁ କଳାକ୍ଷେତ୍ରରେ ବେଶ୍ ରୁଚି ରଖିଥିବା ଅରବିନ୍ଦ ଏବେ ମାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ତାଙ୍କ ପିତା ପାୟଲ ମେଲୋଡିର ମାଲିକ ସୁରେନ୍ଦ୍ର ପାତ୍ର ଏକାଧାରରେ ଜଣେ ଗୀତିକାର ତଥା ନାଟ୍ୟକାର। ନିକଟରେ ଭୁବନେଶ୍ୱରଠାରେ ଉତ୍କଳ ଦିବସ ଅବସରରେ ବରଗଡ଼ ଜିଲ୍ଲାରୁ ଶ୍ରୀ ପାତ୍ର ଗୀତିକାର ଭାବରେ ମନୋନୀତ ହୋଇ ଉତ୍କଳ ଜନନୀ ସଂଗୀତ ଗାନ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/11-25.jpg)
