କୁନିଧାବିକା ମାମୁନିଙ୍କୁ ସମ୍ବର୍ଦ୍ଧନା; ପାଠପଢା ପାଇଁ କୋଳେଇ ନେଲା ଆୟୁଷି ସ୍ମାର୍ଟ ସ୍କୁଲ

ଆଳି: ପ୍ରତ୍ୟହଃ ଲଗାତର ଭାବରେ ୧୫ କିମି ଦୌଡି ବିସ୍ମୟ ରଚିଥିବା ୫ ବର୍ଷର କୁନି ଧାବିକା ମାମୁନି ମଲ୍ଲିକଙ୍କ ବିରଳ ପ୍ରତିଭା ନିମନ୍ତେ ତାଙ୍କ ପାଠପଢା ପାଇଁ ଆଳିସ୍ଥିତ ଆୟୁଷି ସ୍ମାର୍ଟ ସ୍କୁଲ ଆଗେଇ ଆସିଛି ।

ଆଜି ଏକ ନିରାଡମ୍ବର ଉତ୍ସବରେ ମାମୁନିଙ୍କୁ ପୋଷାକ, ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିବା ସହିତ ବିନାଦେୟରେ ପାଠପଢା ପାଇଁ ସଂପୂର୍ଣ୍ଣ ଦାୟିତ୍ୱ ନେଇଛନ୍ତି ଆୟୁଷି ସ୍ମାର୍ଟ ସ୍କୁଲ ।

ଆୟୁଷି ସ୍ମାର୍ଟ ସ୍କୁଲର ନିର୍ଦ୍ଦେଶିକା ରଶ୍ମିରେଖା ବରାଳ କୁନିଧାବିକା ମାମୁନିଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ସ୍ବତନ୍ତ୍ର ଛାତ୍ରୀ ଭାବେ ଘୋଷଣା କରିଥିଲେ। ବିରଳ ପ୍ରତିଭାର ଅଧିକାରୀ ମାମୁନିଙ୍କ ବାପା ଜଣେ ଟେଣ୍ଟହାଉସ କର୍ମଚାରୀ ହୋଇଥିବାରୁ ତାଙ୍କର ଆର୍ଥିକ ଅବସ୍ଥା ସ୍ବଚ୍ଛଳ ନୁହେଁ। ଏମିତି ସମୟରେ ମାମୁନିର ପାଠପଢା ପାଇଁ ସହାୟତାର ହାତ ବଢାଇଛି ଆୟୁଷି ସ୍ମାର୍ଟ ସ୍କୁଲ।

ଏହି ଉତ୍ସବରେ ସ୍କୁଲ ପକ୍ଷରୁ ମୌସୁମୀ ପରିଡା, ବିଜୟିନୀ ଦାସ, ସୁମିତ୍ରା ବାରିକ, ବିଜୟାଲକ୍ଷ୍ମୀ ଷଢଙ୍ଗୀ, ଅମିତା ସିଂହ, ସୁହାସିନୀ ତ୍ରିପାଠୀ, ପୁଷ୍ପଲତା ମହାନ୍ତି, ପ୍ରଭାତୀ ସାମଲ, ସତ୍ୟାନନ୍ଦ ପାତ୍ର ପ୍ରମୁଖ ଉପସ୍ଥିତ ରହି ମାମୁନିଙ୍କୁ ସମ୍ବର୍ଦ୍ଧିତ କରିଥିଲେ।
ସ୍କୁଲ ପରିଚାଳନା ପରିଷଦ ପକ୍ଷରୁ ସନ୍ତୋଷ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ମାମୁନିଙ୍କ ବାପା ପ୍ରଦୀପ ମଲିକ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର