ନୂଆଦିଲ୍ଲୀ: ଅଷ୍ଟ୍ରେଲିଆରେ ଜଣେ ମହିଳାଙ୍କୁ ଅଜଗର ଓ ବିଲେଇ ମଧ୍ୟରେ ଚାଲିଥିବା ଝଗଡ଼ା ମଝିରେ ପଶିବା ମହଙ୍ଗା ପଡ଼ିଛି। ଅଜଗରଟି ହଠାତ ମହିଳାଙ୍କ ଗୋଡ଼ରେ ଗୁଡ଼ାଇ ହୋଇ ଯାଇଥିଲା। ଏହି ଘଟଣାର ଭିଡିଓ ଦେଖିଲେ ଲୋମମୂଳ ଟାଙ୍କୁରି ଉଠୁଛି। ସୋସିଆଲ ମିଡିଆରେ ମହିଳାଙ୍କ ଗୋଡ଼ରେ ଅଜଗର ଗୁଡ଼ାଇ ହୋଇଥିବାର ଭିଡିଓ ଭାଇରାଲ ହେବାରେ ଲାଗିଛି।
ଦକ୍ଷିଣ ପୂର୍ବ କୁଇନ୍ସଲ୍ୟାଣ୍ଡର ଜଣେ ମହିଳା ରାସ୍ତାରେ ଯାଉଯାଉ ବିଲେଇ ଓ ଅଜଗର ମଧ୍ୟରେ ଲଢ଼େଇ ହେଉଥିବା ଦେଖିବାକୁ ପାଇଥିଲେ। ଏହାପରେ ସେ ଉକ୍ତ ସ୍ଥାନକୁ ଯାଇ ଦୁହିଁଙ୍କ ମଧ୍ୟରେ ଚାଲିଥିବା ଲଢ଼େଇକୁ ଭାଙ୍ଗିବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ଅଜଗର ହଠାତ ମହିଳାଙ୍କ ଉପରକୁ ଆକ୍ରମଣ କରି ତାଙ୍କ ଡାହାଣ ଗୋଡ଼ରେ ଆସି ଗୁଡ଼ାଇ ହୋଇଯାଇଥିଲା। ସେ ଯେତେ ଚେଷ୍ଟା କରିଥିଲେ ମଧ୍ୟ ତାଙ୍କ ଗୋଡ଼ରୁ ଅଜଗରକୁ ବାହାର କରି ପାରି ନ ଥିଲେ। ଶେଷରେ ବାଧ୍ୟ ହୋଇ ସେ ଜୀବନବିକଳରେ ପୁଲିସକୁ ଫୋନ୍ କରିଥିଲେ।
ଫୋନ୍ ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ ସ୍ଥିର ହୋଇ ଛିଡ଼ା ହେବାକୁ କହିଥିଲା। ଏହାପରେ ସୁରକ୍ଷିତ ଭାବେ ମହିଳାଙ୍କ ଗୋଡ଼ରୁ ଅଜଗରକୁ ବାହାର କରି ଦେଇଥିଲା। ତେବେ ଅଜଗର ତାଙ୍କ ଗୋଡ଼ରୁ ବାହାରିଯିବା ପରେ ମହିଳା ଜଣକ ସାପକୁ ଧରିଥିଲେ। ପୁଲିସ ଜଣକ ମହିଳାଙ୍କୁ ପଚାରିଥିଲେ ଏହା କ’ଣ ଆପଣଙ୍କ ପୋଷା ଅଜଗର? ମହିଳା କଲେ ନା ଏହା ଏକ ଜଙ୍ଗଲୀ ଅଜଗର। କୁଇନ୍ସଲ୍ୟାଣ୍ଡ ପୁଲିସ ଫେସବୁକରେ ଏହି ଭିଡିଓ ସେୟାର କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/Untitled-1-copy-33.jpg)