ଭଞ୍ଜନଗର: ଭଞ୍ଜନଗର ବଜ୍ରଗଡ଼ ପାହାଡ ତଳୁ ଅଚେତ ଅବସ୍ଥାରେ ସୋମବାର ପୁଲିସ ୩ଜଣଙ୍କୁ ଉଦ୍ଧାର କରିଛି। ଉଦ୍ଧାର ହୋଇଥିବା ତିନିଜଣଙ୍କ ସ୍ୱାସ୍ଥ୍ୟ ଗୁରୁତର ଥିବାରୁ ସେମାନଙ୍କୁ ଚିକିତ୍ସା ପାଇଁ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଛି। ଗୁରୁତରମାନେ ହେଉଛନ୍ତି ଜଗନ୍ନାଥ ପ୍ରସାଦ ବ୍ଲକ୍ ଅନ୍ତର୍ଗତ ଗଣ୍ଡାଧର ଗାଁର ଚନ୍ଦନ ନାୟକ, ଚଙ୍କୁ ନାୟକ ଓ କୁଶପଲ୍ଲି ଗାଁର ବୁଲୁ ନାୟକ ।
/sambad/media/post_attachments/wp-content/uploads/2019/11/31-300x169.jpg)
ସୂଚନାଯୋଗ୍ୟ, ଗତକାଲି ଚନ୍ଦନ ନାୟକ, ଚଙ୍କୁ ନାୟକ ଓ ବୁଲୁ ନାୟକ ସୁରତରୁ ରାତିରେ ଟ୍ରେନ୍ରୁ ଓହ୍ଲାଇ ଭୁବନେଶ୍ୱରରୁ ନାଇଟ୍କୋଚ୍ ବସ୍ରେ ଘରକୁ ଫେରୁଥିଲେ। ରାତି ଅନିଦ୍ରା ହୋଇଥିବାରୁ ବସ୍ରେ ଶୋଇ ଯାଇଥିଲେ। ତିନିଜଣ ଗଣ୍ଡାଧର ଗାଁ ପାଖରେ ଓହ୍ଲାଇ ପାରି ନଥିଲେ। ଭଞ୍ଜନଗରରେ ବସ୍ ପହଞ୍ଚିବା ପରେ ସେମାନଙ୍କ ନିଦ ଭାଙ୍ଗି ଥିଲା। ସେଠାରୁ ଘରକୁ ଫେରିବା ପାଇଁ ଏକ ଅଟୋ ରିକ୍ସାରେ ବସିଥିଲେ। କିଛିବାଟ ଗଲା ପରେ ଅଟୋ ଚାଳକ ବେଲଗୁଣ୍ଠା ପାଖରେ ଏକ ଚା’ ଦୋକାନ ପାଖରେ ଅଟୋ ଅଟକାଇ ଥିଲା।
/sambad/media/post_attachments/wp-content/uploads/2019/11/33-185x300.jpg)
ଅଟୋ ଚାଳକ ଜଣକ ଚନ୍ଦନ ନାୟକ, ଚଙ୍କୁ ନାୟକ ଓ ବୁଲୁ ନାୟକଙ୍କୁ ଚା’ ପିଇବାକୁ ଦେଇଥିଲା। ଚା’ ପିଇବା ପରେ ତିନିଜଣ ଚେତାଶୂନ୍ୟ ହୋଇ ଯାଇଥିଲେ। ଏହାର ସୁଯୋଗ ନେଇ ଅଟୋ ଚାଳକ ସେମାନଙ୍କୁ ବଜ୍ରଗଡ଼ ପାହାଡ଼ ତଳେ ପକାଇ ଦେଇ ପାଖରେ ଥିବା ଟଙ୍କା, ମୋବାଇଲ୍ ଓ ଅନ୍ୟାନ୍ୟ ଜିନିଷପତ୍ର ନେଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା।
/sambad/media/post_attachments/wp-content/uploads/2019/11/334-190x300.jpg)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/11/auto_3453153_835x547-m_4918786_835x547-m.jpg)