ସୁନାଖଳା: ଅଟୋଚାଳକଙ୍କ ଉପରକୁ  ବୋମା ମାଡ଼ କରିି ହତ୍ୟା

 

ରାଜସୁନାଖଳା:  ଆଜି ସକାଳ ପ୍ରାୟ ୮ଟା ୪୫ ମିନିଟ୍‌ ସମୟରେ ନୟାଗଡ଼ ଜିଲ୍ଲା ରାଜସୁନାଖଳା ମେଡିକାଲ ଛକରେ ଜଣେ ଅଟୋ ଚାଳକଙ୍କୁ  ଗୁଳି ମାରି, ବୋମା ଫିଙ୍ଗି ୪ ଜଣ ଦୁର୍ବୃତ୍ତ ହତ୍ୟା କରିଛନ୍ତି। ମୃତ ଯୁବକଙ୍କ ନାମ ସନ୍ତୋଷ ବାରିକ ଓରଫ ଟୁଲୁ। ତାଙ୍କ ଘର ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ତୁଳସୀଦେଇପୁର ସାହିରେ । ସେ ଗତ କିଛି ଦିନ ହେବ ଏକଅଟୋ କିଣି ସୁନାଖଳା ବଜାରରେ ଚଳାଇବା ସହିତ ପରିବାର ସହିତ ସେଠାରେ ରହୁଥିଲେ। ଜମିବାଡ଼ି ବିବାଦକୁ କେନ୍ଦ୍ର କରି ସୁପାରି କିଲର ଦ୍ୱାରା ସନ୍ତୋଷଙ୍କୁ ହତ୍ୟା କରାଯାଇଥିିବା ତାଙ୍କ ସ୍ତ୍ରୀ ଅଭିଯୋଗ

କରିିଛନ୍ତି।

 

ପ୍ରତ୍ୟେକ୍ଷଦର୍ଶୀଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ମେଡିକାଲ ଛକରେ ଅଟୋ ରଖି ଟୁଲୁ ସେଠାରେ ଏକ ମେଡିସିନ ଦୋକାନ ପାଖରେ ଠିଆ ହୋଇଥିବା ବେଳେ ଏକ ପଲ୍‌ସରରେ ୪ ଜଣ ଯୁବକ ଆସି ସେଠାରେ ପହଞ୍ଚି ଅତର୍କିତ ଭାବେ ଟୁଲୁଙ୍କ ଉପରକୁ ଗୁଳିମାଡ଼ କରିଥିଲେ।ମାତ୍ର ଗୁଳିଟି ଟୁଲୁଙ୍କ ଦେହରେ ନ ବାଜିବାରୁ ସେ ସେଠାରୁ ଦୌଡ଼ି ପଳାଉଥିବା ବେଳେ ଅନ୍ୟ ଜଣେ ଦୁର୍ବୃତ୍ତ ତାଙ୍କ ଉପରକୁ ଏକ ବୋମା ଫିଙ୍ଗିଥିଲେ। ପ୍ରଚଣ୍ଡ ଶବ୍ଦ କରି ବୋମାଟି ଫାଟିବା ସହିତ ଘଟଣାସ୍ଥଳରେ ଟୁଲୁଙ୍କର ମୃତ୍ୟୁ ଘଟିଥିଲା।

ସମ୍ବନ୍ଧିତ ଖବର