ହାଟଡିହି: ଏକ ବିବାହ ଉତ୍ସବରେ ଯୋଗଦେବାକୁ ଯାଉଥିବା ବେଳେ ହାଟଡିହି ବ୍ଲକ୍‌ ଶଙ୍କଟପାଲିଆ ଛକ ନିକଟରେ ଏକ ଅଟୋ ଓଲଟି ପଡ଼ିବାରୁ ୩ଜଣ ଆହତ ହୋଇଛନ୍ତି। ଆଜି ହଦଗଡ଼ରୁ କିଛି ଲୋକ ଏକ ବିବାହ ଉତ୍ସବରେ ଯୋଗଦେବାକୁ ଅଟୋରେ ଯାଉଥିଲେ। ଶଙ୍କଟପାଲିଆ ଛକରେ ଭାରସାମ୍ୟ ହରାଇ ଅଟୋଟି ଓଲଟି ପଡ଼ିଥିଲା।

Advertisment

ଏଥିରେ ଥିବା ୭ଜଣ ଯାତ୍ରୀ ଥିବାବେଳେ ତିନିଜଣ ଆହତ ହୋଇଛନ୍ତି। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନା ପଠାଇଛନ୍ତି।