ଅଟୋ ପାର୍କିଂ ଟ୍ୟାକ୍ସ ଆଦାୟକୁ ବିରୋଧ କରି ପୌର କାର୍ଯ୍ୟାଳୟ ଘେରାଉ କଲା ଅଟୋ ଚାଳକ ସଂଘ

କୋରାପୁଟ: ସହରରେ ଗାଡି ସଂଖ୍ୟା ବୃଦ୍ଧି ପାଉଥୁବାବେଳେ ଅଟୋ ସଂଖ୍ୟା ବି ବୃଦ୍ଧି ପାଇଛି। କୋରାପୁଟ ସହରରେ ଅଟୋ ପାର୍କି କରିବାକୁ କୌଣସି ବ୍ୟବସ୍ଥା କରାଯାଇନାହିଁ। ଫଳରେ ଅଟୋ ଚାଳକମାନେ ବିଭିନ୍ନ ସ୍ଥାନରେ ଅଟୋ ରଖିବାକୁ ବାଧ୍ୟ ହେଉଛନ୍ତି। ଅପର ପକ୍ଷରେ ଟ୍ରାଫିକ ବ୍ୟବସ୍ଥାକୁ ସୁବ୍ୟବସ୍ତିତ କରିବାକୁ ପୌର କତ୍ତୃପକ୍ଷ ପାର୍କିଂ ଟିକସ ସହ ସମୟ ଅବଧି ଲାଗୁ କରିଛି। ଗାଡି ପାର୍କିଂ କରିବା ସମୟ ଅବଧି ସରିଗଲେ ଅଧିକା ଟିକସ ଦେବାର ବ୍ୟବସ୍ଥା ଲାଗୁ କରାଯାଇଛି। ଏହାକୁ ବିରୋଧ କରିଛି କୋରାପୁଟ ଅଟୋ ମାଲିକ ଓ ଚାଳକ ସଂଘ। ଅଟୋକୁ ବସ ଷ୍ଟାଣ୍ଡ ଭିତରକୁ ଯିବାକୁ ବାରଣ କରାଯାଇଛି। ଭିତରକୁ ଅଟୋ ବା ଚାରି ଚକିଆ ଗାଡି ପ୍ରବେଶ କଲେ ଟିକସ ଲାଗୁ ବ୍ୟବସ୍ଥା କରାଯାଇଛି। ବସଷ୍ଟାଣ୍ଡ ଭିତରକୁ ଅଟୋ ନେବାବେଳେ ଟିକସ ଆଦାୟକୁ ନେଇ ଅଟୋ ଚାଳକଙ୍କ ସହ ଯୁକ୍ତି ତର୍କ ହୋଇ ଗଣ୍ଡଗୋଳ ହୋଇଥିଲା।

ଟିକସ ଆଦାୟକୁ ଅଟୋ ଚାଳକ ଓ ମାଲିକ ସଂଘ ବିରୋଧ କରିଛି। ପୌରପରିଷଦ କାର୍ଯ୍ୟାଳୟ ଘେରାଉ କରିବା ସହ ଟିକସ ଦେୟ କମ କରିବା ସହ ପାର୍କିଂ ଅବଧି ସମୟ ବୃଦ୍ଧି କରିବାକୁ ଦାବି କରିଛି। ଅଟୋ ଚାଳକ ସଂଘର ଦାବିକୁ ତରଚଜମା କରିବା ପରେ ଉଚିତ ପଦକ୍ଷେପ ନିଆଯିବ, ପ୍ରତ୍ୟେକ ଅଟୋରେ ମିଟର ଲଗାଯିବା ସହ, ଖୁବଶୀଘ୍ର ବ୍ୟବସ୍ଥିତ କରାଯିବ ବୋଲି କୋରାପୁଟ ପୌର ପରିଷଦର ନିର୍ବାହୀ ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର