ରାୟଗଡା: ଭିନ୍ନକ୍ଷମ ଅଧିକାର ଅଧିନିୟମ ୨୦୧୬ ଆଇନ ଅନୁଯାୟୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଭିନ୍ନକ୍ଷମମାନଙ୍କ ପାଇଁ ୫ ପ୍ରତିଶତ ସ୍ଥାନ ସଂରକ୍ଷଣ ଥିବାବେଳେ ସେମାନଙ୍କୁ ଏଥିରୁ ବଂଚିତ କରାଯାଉଥିବାରୁ ଓଡିଶା ଦିବ୍ୟାଙ୍ଗ ମଂଚର ରାଜ୍ୟ ସଭାପତି ନିରଜଂନ ବେହେରା ଓଡିଶାର ମାନ୍ୟବର ଉଚ୍ଚତମ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଥିଲେ। ଯାହାକୁ ନେଇ ମାନ୍ୟବର ନ୍ୟାୟାଳୟ ଉକ୍ତ ଆବାସ ଯୋଜନା ଉପରେ ଚଳିତ ମାସ ଜୁଲାଇ ୭ ତାରିଖରେ ଓଡିଶା ସରକାରଙ୍କ ନିକଟକୁ ନୋଟିସ ପଠାଇଛନ୍ତି ଏବଂ ତତସହିତ ଚଳିତ ବର୍ଷ ରାଜ୍ୟର ୩୦ଟି ଜିଲ୍ଳା ମଧ୍ୟରେ ଆବାସ ଯୋଜନାରେ ଭିନ୍ନକ୍ଷମମାନଙ୍କୁ କେତେ ଗୃହ ଆଂବଟନ କରାଯାଇଛି ଓ ଯଦିଓ ଆବଂଟନ କରାଯାଇ ନାହିଁ ତାହାର କାରଣ କଣ ରହିଛି ସମସ୍ତ ରିପୋର୍ଟ ଦାଖଲ କରିବା ପାଇଁ ଆଦେଶ ଦେଇଛନ୍ତି ବୋଲି ରାୟଗଡା ଜିଲ୍ଳା ଭିନ୍ନକ୍ଷମ ମହାସଂଘ ସଭାପତି ରାକେଶ ହିମିରିକା ଓ ସଂପାଦକ ଜଳନ୍ଧର ବାଚେଲି ପ୍ରକାଶ କରିଛନ୍ତି।

Advertisment

ଓଡିଶାରେ ଥିବା ଭିନ୍ନକ୍ଷମମାନଙ୍କୁ ଆବାସ ଯୋଜନାରେ ଗୃହ ଆବଂଟନ ପାଇଁ ଭାରତ ସରକାର ୨୦୧୮ ଓ ୨୦୧୯ ମସିହାରେ ଏକାଧିକ ଥର ରାଜ୍ୟ ସରକାରଙ୍କ ଚିଠି କରିଥିବା ସତ୍ତ୍ୱେ ଓଡିଶା ସରକାର ତାହାକୁ ଅଣଦେଖା କରିବା ସହିତ ଚଳିତ ବର୍ଷ ମଧ୍ୟ ଭିନ୍ନକ୍ଷମଙ୍କୁ ବାଦ ଦେଇ ଅନ୍ୟମାନଙ୍କୁ ଗୃହ ଯୋଗାଇଛନ୍ତି। ଫଳରେ ଭିନ୍ନକ୍ଷମମାନେ ଗୃହ ପାଇବାରୁ ବଂଚିତ ହୋଇଛନ୍ତି। ତେଣୁ ଭିନ୍ନକ୍ଷମମାନଙ୍କୁ ଏହି ଯୋଜନା ଅନ୍ତର୍ଗତରେ ଗୃହ ଯୋଗାଇବା ପାଇଁ ଦୀର୍ଘ ଦିନରୁ ଜିଲ୍ଳାସ୍ତରରୁ ଆରମ୍ଭ କରି ରାଜ୍ୟସ୍ତର ଅଧିକାରୀ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ରାଜ୍ୟପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୈାଣସି ସୁଫଳ ମିଳି ନଥିଲା। ଚଳିତ ବର୍ଷର ଜୁନ ମାସ ୨୧ତାରିଖରେ ଓଡିଶା ଦିବ୍ୟାଙ୍ଗ ମଂଚର ରାଜ୍ୟ ସଭାପତି ନିରଂଜନ ବେହେରା ଓଡିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ବୋଲି ଜିଲ୍ଳା ସଭାପତି ଶ୍ରୀ ହିମିରିକା ଓ ସଂପାଦକ ଶ୍ରୀ ବାଚେଲି ପ୍ରକାଶ କରିଛନ୍ତି ।